ଓଷକଣା ପଂଚାୟତରେ ଖାଉଟି ସାମଗ୍ରୀ ବଂଟନକୁ ନେଇ ବଢୁଛି ଅଡୁଆ

ଞ୍ଚସାମଗ୍ରୀ ଉଠାଉଛି ଜଣେ , ବଂଟନ ଦାୟିତ୍ୱରେ ଅନ୍ୟ ଜଣେ
୪ କିମି ଦୁରରୁ ସାମଗ୍ରୀ ଆଣିବା ପାଇଁ ହିତାଧିକାରୀ ଭୋଗୁଛନ୍ତି ଦୁର୍ଦ୍ଦଶା  

ନାଉଗାଁ, (ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଓଷକଣା ପଂଚାୟତର ଖାଉଟି ସାମଗ୍ରୀ ବଂଟନକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଏପରିକି ହିତାଧିକାରୀମାନେ ଖାଉଟି ସାମଗ୍ରୀ ଆଣିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବ୍ଳକ ପ୍ରଶାସନ ହିତାଧିକାରୀଙ୍କ ଅସୁବିଧାକୁ ଦୃଷ୍ଟି ନ ଦେଇ ବଂଟନ ଉପରେ ଗୁରୁତ୍ୱ ଦେଉଥବା ଦେଖିବାକୁ ମିଳିଛି । ଏପରିକି ଉକ୍ତ ପଂଚାୟତରେ ପୂର୍ବରୁ ବଂଟନ ଦାୟିତ୍ୱରେ ରହିଥିବା ବେଳେ ଏକ ଫୌଜଦାରୀ ମାମଲାକୁ ନେଇ ଲାଇସେନ୍ସ ରଦ୍ଦ କରାଯାଇଥିବା ଡିଲରକୁ ପୁନର୍ବାର ବଂଟନ ନିର୍ଦ୍ଦେଶ ଦିଆଯାଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ହିତାଧିକାରୀମାନେ ଖାଉଟି ସାମଗ୍ରୀ ଆଣୁ ନଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ହିତାଧିକାରୀମାନେ ବାରମ୍ବାର ସ୍ଥାନୀୟ ବ୍ଳକ ପ୍ରଶାସନ ଓ ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଯାହାଫଳରେ ହିତାଧିକାରୀମାନେ ରବିବାର ନିଜ ପଂଚାୟତରେ ଏକତ୍ର ହେବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହିତାଧିକାରୀ ରାଜକିଶୋର ସ୍ୱାଇଁ, ରବିନ୍ଦ୍ର ମହାନ୍ତି, ଅଧର ପୁହାଣ, ବିଜୟ ନାୟକ, ନିରଞନ ପୁହାଣ, ବିଭୁତି ପୁହାଣ, ନରେଶ ନାୟକ, ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ହିତାଧିକାରୀଙ୍କ ଅଭିଯୋଗ ମୁତାବକ ଆମ୍ଭ ଗ୍ରାମ ଓଷକଣା ହୋଇଥିଲେ ମଧ୍ୟ ୨ଟି ୱାର୍ଡକୁ ନେଇ ପଡାଗ୍ରାମ ଭାବେ ପୂର୍ବ ଓଷକଣା ଭାବେ ପରିଚିତ । ଏହି ଗ୍ରାମରେ ୧୦୦ରୁ ଉର୍ଦ୍ଧ ରାସନ କାର୍ଡଧାରୀ ରହିଛନ୍ତି । ଆମମାନଙ୍କ ଘର ଠାରୁ ରାଶନ ସାମଗ୍ରୀ ବଂଟନ କେନ୍ଦ୍ର ୪ କି.ମି ଦୂରରେ ଅବସ୍ଥିତ । ଆମ୍ଭ ଗ୍ରାମରୁ ବୃଦ୍ଧବୃଦ୍ଧା, ଝିଅ, ବୋହୁ କେନ୍ଦ୍ର ନିକଟରୁ ରାଶନ ସାମଗ୍ରୀ ଆଣିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ ଆମ୍ଭ ଗ୍ରାମ ନିକଟରେ ସାମଗ୍ରୀ ବଂଟନ ପାଇଁ ଆମ୍ଭେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଲିଖିତ ଅଭିଯୋଗ କରିଥିଲୁ । ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ଆମ୍ଭ ଗ୍ରାମ ନିକଟରେ ଖାଉଟି ସାମଗ୍ରୀ ବାଂଟିବା ପାଇଁ ବଂଟନ ଦାୟିତ୍ୱରେ ଥିବା ଡିଲରକୁ ନିର୍ଦ୍ଦେଶ ଦେବା ପାଇଁ ଯୋଗାଣ ବିଭାଗ ଅଧିକାରୀଙ୍କୁ କହିଥିଲେ । କିନ୍ତୁ ଯୋଗାଣ ବିଭାଗ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଜଣାଯାଇଛିି । ଯାହାଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହିତ ୪ କି.ମି.ଦୂରରୁ ରାଶନ ସାମଗ୍ରୀ ଆଣିବା ପାଇଁ ଯିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ