ଓଷ୍ଟାର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା, ସବୁଜ, ସ୍ୱଚ୍ଛ ପରିସର, ଉନ୍ନତ ଶିକ୍ଷାଦାନ ପାଇଁ ସଂକଳ୍ପ ପାଠ
ଭୁବନେଶ୍ୱର : ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ନାମକ ଏକ କର୍ମଶାଳା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ବରମୁଣ୍ଡା ହାଉସିଂବୋର୍ଡ଼ସ୍ଥିତ ହୋଟେଲ ଚନ୍ଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟାଶାଣୀ, ପୂର୍ବତନ ମନ୍ତ୍ରୀ ଡା ଦେବେନ୍ଦ୍ରନାଥ ମାନସିଂହ, ପ୍ରାଧ୍ୟାପକ ଡକ୍ଟର ଶଶାଙ୍କ ଚୂଡ଼ାମଣୀ, ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ସାମାଜିକ କର୍ମୀ ସଞ୍ଜୟ ପଟ୍ଟନାୟକ, ଅବନୀ ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନ ଶିକ୍ଷା ପଦ୍ଧତି ସମୟାନୁପଯୋଗୀ ହେବା ସହ ଶିକ୍ଷକମାନେ ନିତ୍ୟ ନୂତନ ଚିିନ୍ତାଧାରାର ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ସ୍ୱଚ୍ଛ ସବୁଜିମା ପରିବେଶ ଶିକ୍ଷାନୁକୂଳ ହୁଏ ବୋଲି ବକ୍ତାମାନେ ମନ୍ତବ୍ୟ ଦେବା ସହ ଏଥିପାଇଁ ଶିକ୍ଷକମାନେ ଧ୍ୟାନ ଦେବାକୁ ସୂଚନା ଦେଇଥିଲେ । ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ସହ ସମ୍ପାଦକ ରମାକାନ୍ତ ମହାପାତ୍ର, ସମ୍ପାଦକ ବିନାୟକ ପରିଡ଼ା, ଶିକ୍ଷକନେତା କାହ୍ନୁ ସାମଲ, ଯୁଗ ପ୍ରଭାସାବତ ବିଜୟଛତ୍ର ପ୍ରମୁଖ ଶିକ୍ଷାଦାନ ପଦ୍ଧତି ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରିଥିଲେ । ଏହିଅବସରରେ ଓଷ୍ଟାର ସମସ୍ତ କର୍ମକର୍ତ୍ତାମାନଙ୍କୁ “ସବୁଜ ସମ୍ମାନ” ପ୍ରଦାନ କରାଯାଇଥିଲା ଓ ଉପସ୍ଥିତ ପ୍ରତ୍ୟେକ ଅତିଥି, ଆଲୋଚକ ଓ ଓଷ୍ଟାର କର୍ମକର୍ତ୍ତାମାନେ “ସବୁଜ ପୃଥିବୀ” ପାଇଁ ଜଣେ ଗ୍ରୀନ୍ ଆର୍ମି ଭାବେ କାମ କରିବାକୁ ସଂକଳ୍ପ ନେଇଥିଲେ ।