ଓଷ୍ଟାର ବ୍ଲକସ୍ତରୀୟ ଶିଶୁ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବାବା ଶ୍ରୀ ଆଦିତ୍ୟ ନାରାୟଣ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ସଂଘର ସଭାପତି ସୁକାନ୍ତ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଉଗାଁ ମଣ୍ଡଳ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ପାଢୀ ଯୋଗ ଦେଇ ଆଜିର ଶିଶୁ ଆସନ୍ତାକାଲିର ମହକ, ତେଣୁ ତାଙ୍କ ଅନ୍ତର୍ନିହିତ ପ୍ରତିଭାର ଆବିଷ୍କାର ପାଇଁ ପ୍ରତିଯୋଗିତା ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ନିରଂଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ଜେନା, ବିଜୟ କୁମାର ସ୍ୱାଇଁ, ପ୍ରଭାତ କୁମାର ସ୍ୱାଇଁ ଓ ଆଲୁମିନି କମିଟିର ସଭାପତି ପବିତ୍ର କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶିଶୁ ଉତ୍ସବ ଉପରେ ଆଲୋକପାତ କରିଥିଲେ । ସଂଘର ସଂପାଦକ ହିମାଂଶୁ କୁମାର ମହାନ୍ତି ଶିଶୁ ଉତ୍ସବର ଆଭିମୁଖ୍ୟ ଉପରେ ମତ ରଖିଥିବା ବେଳେ ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟାର ସଭାପତି ନାରାୟଣ ଚନ୍ଦ୍ର ସାହୁ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଶିଶୁ ଉତ୍ସବରେ ବିଜୟ କୁମାର ସ୍ୱାଇଁ, ରାମଚନ୍ଦ୍ର ମୁଦୁଲି, ବସନ୍ତ କୁମାର ସ୍ୱାଇଁ, ଶୁଭସ୍ମିତା ସାହୁ, ରିଙ୍କିଲତା ଜେନା, ବିଶ୍ୱଜିତ ବିଶ୍ୱାଳ, ସନ୍ତୋଷ କୁମାର ଦାସ, ଆଦର୍ଶ କୁମାର ଦାସ, ଅଶୋକ କୁମାର ଫାରକ, ସନ୍ତୋଷ କୁମାର ପରିଡା, ଅମୀୟ କୁମାର ମହାପାତ୍ର ଆଦି ବିଚାରକ ଭାବେ ରହିଥିବା ବେଳେ ପବିତ୍ର କୁମାର ସ୍ୱାଇଁ, ଚିନ୍ମୟ କୁମାର ଜେନା, ଦିବ୍ୟବ୍ରତ ବିଶ୍ୱାଳ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲକର ୧୭ଟି ବିଦ୍ୟାଳୟରୁ ୩୧୧ଜଣ ପ୍ରତିଯୋଗୀ ତର୍କ , କଣ୍ଠ ସଂଗୀତ, ଚିତ୍ରାଙ୍କନ, ଆବୃତି, ଗଳ୍ପ ଲିଖନ, କବିତା ଲିଖନ, ଏକକ ଅଭିନୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବ୍ଲକସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ