ଓଷ୍ଟା ତରଫରୁ କରାପଲ୍ଲୀ ଠାରେ ୩୮ତମ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ୩୮ତମ ଶିଶୁ ଉତ୍ସବ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲକ୍ଷ୍ମୀପୁର ଗ୍ରାମ ପଂଚାୟତର ସରପଂଚ ଏମ୍.ନାରସୁମୁଲୁ ରେଡ୍ଡୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମହୋତ୍ସବ ଉପରେ ଆଲୋକପାତ କରିଥିଲେ । । ମୁଖ୍ୟ ବକ୍ତା ଭାବେ ଓଷ୍ଟାର ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା , ସମ୍ମାନୀୟ ଅତିଥୀ ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଏସଏମସି ଅଧ୍ୟକ୍ଷ ମାଗୁଣୀ ବିଷୋୟୀ , ଓଷ୍ଟାର ରାଜ୍ୟ ସଦସ୍ୟ ଅଶୋକ କୁମାର ଦଳାଇ, ବ୍ଲକ ସଭାପତି କୈଳାସ ବେହେରା, ସମ୍ପାଦକ ବାସୁଦେବ ରଥ, କୋରା ମହାରଣା, କରାପଲ୍ଲୀ ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ସୁଧୀର ସେଠୀ, ଦେବେନ୍ଦ୍ର ପଟ୍ଟନାୟକ, କାଳିଆ ନାହାକ, ଗୋପାଳ ନାହାକ , ପ୍ରଫୁଲ ପ୍ରଧାନ, ବିକ୍ରମ ବେହେରା, ସୁରେଶ ମହାନ୍ତି, ଶିକ୍ଷୟତ୍ରୀ ଗିତାଞ୍ଜଳି ବେହେରା, ସୁରେନ୍ଦ୍ର ନାହାକ ଓ ଧୀରେନ୍ଦ୍ର ନାଥ ସଭାପତି ପ୍ରମୁଖ ଯୋଗଦେଇ (ଓଷ୍ଟା) ଶିଶୁ ଉତ୍ସବ ମହତ୍ୱ କାର୍ଯ୍ୟ ପ୍ରତିବର୍ଷ ପ୍ରତ୍ୟେକ ସ୍କୁଲ ରେ ହେଉଛି । ଶିଶୁ ମାନଙ୍କ କଳା, ସଂସ୍କୃତି, ଶିକ୍ଷା, ଚିତ୍ରାଙ୍କନ, ଗଳ୍ପ, ନୃତ୍ୟ ପରିବେଷଣ କରି ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରେ ପହଞ୍ଚି ପ୍ରତିଭା ଗୁଡିକ ଲୋକ ଲୋଚନ ଆସିପାରିବ ଏହିପରି (ଓଷ୍ଟା) ମହତ୍ୱ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ବଉଳଗାଁ, ଭିକାରୀପଲ୍ଲୀ, ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରି ଅତିଥୀ ମାନଙ୍କ ଦ୍ୱରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ସିଲ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାହାକ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶିକ୍ଷକ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବେଦପାଠ ଶିକ୍ଷକ ବାସୁଦେବ ରଥ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଗ୍ରାମ୍ୟକମିଟି ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।


