ଓଷ୍ଟା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ପୋଲିଙ୍ଗ ଅଧିକାରୀମାନଙ୍କୁ ତାର ପୂର୍ବଦିନ ଅର୍ଥାତ ଫେବୃଆରୀ ୧୫ତାରିଖ ସକାଳ ୮ଟାରେ ବ୍ଲକ ପରିସରରେ ପହଂଚି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସାମଗ୍ରୀ ଗ୍ରହଣ କରିବା ସହ ନିର୍ଦ୍ଦିଷ୍ଠ ବୁଥରେ ପହଂଚିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି । ବାସ୍ତବରେ ନିର୍ବାଚନ ପୂର୍ବଦିନ ବୁଥରେ ପହଂଚିଲା ବେଳକୁ କେତେକ ପୋଲିଂ ପାର୍ଟିକୁ ଅପରାହ୍ନ କିମ୍ବା ସନ୍ଧ୍ୟା ହୋଇଯିବ । ବ୍ଲକ ଠାରୁ କେତେକ ବୁଥ ପ୍ରାୟ ୫୦କିଲୋମିଟରରୁ ଅଧିକ ଦୂର ହୋଇଥିବାରୁ ବିଭିନ୍ନ ନିର୍ବାଚନ ସମ୍ପର୍କିତ କାଗଜପତ୍ର କାର୍ଯ୍ୟ ସମାପନ କରି ପରଦିନ ସକାଳେ ୭ଟାରୁ ଭୋଟ ଆରମ୍ଭ କରିବା କଷ୍ଠସାଧ୍ୟ । ତେଣୁ ୧୫ତାରିଖ ପରିବର୍ତ୍ତେ ୧୪ ତାରଖ ଦିନ ପୋଲିଂ ପାର୍ଟି ନିଜନିଜ ବିତରଣ କେନ୍ଦ୍ରରୁ ନିର୍ବାଚନ ପରିଚାଳନା ସାମଗ୍ରୀ ଗ୍ରହଣ କରି ବୁଥକୁ ଗଲେ ନିର୍ବାଚନ ପରିଚାଳନା ସହଜ ଓ ସରଳ ହୋଇପାରିବ ବୋଲି ଓଡିଶା ମଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଦାବି କରାଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ଡେରାବିଶ ବ୍ଲକ ସଭାପତି ଗଗନ ବିହାରୀ ସୂତାର, କେନ୍ଦ୍ରାପଡା ବ୍ଲକ ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଟା କାଶୀନାଥ ରାଉତରାୟ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ