ଓଷ୍ଟା ପକ୍ଷରୁ ଜପିଦାସ ବିଦ୍ୟାମନ୍ଦିରରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଷ୍ଟା ପକ୍ଷରୁ ଜପିଦାସ ବିଦ୍ୟାମନ୍ଦିରରେ ହାଟଡିହି ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ୨୦୨୨ ଉଦଯାପିତ ହୋଇଯାଇଛି । ବ୍ଲକର ୩୫ଟି ସ୍କୁଲରୁ ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଜପିଦାସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତାଭାବେ ଏବିଇଓ ତଥା ବିଆରସିସି ସୁରେଶ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ଚରଣ ସେଠୀ, ଓଷ୍ଟାର ଜିଲ୍ଲା ସାଂଗଠନିକ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଜିଲ୍ଲା ଅମଲା ସଂଘର ସମ୍ପାଦକ ପ୍ରସନ୍ନ କୁମାର ବେହେରା, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ଏକକ ଅଭିନୟ, ନୃତ୍ୟ, କୁଇଜ, ଚିତ୍ରାଙ୍କନ, ତର୍କ, ସାଧାରଣ ଜ୍ଞାନ, କଣ୍ଠ ସଂଗୀତ, କବିତା ଆବୃତ୍ତି, କବିତା ରଚନା, ଗଳ୍ପ ଲିଖନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗୀତରେ ସୁଧାଶୁଂ ଶେଖର ସେଠୀ, ଚିନ୍ମୟୀ ରାଉତ, ପି.କେ ଅର୍ପିତା ଆଚାର୍ଯ୍ୟ, ଏକକ ଅଭିନୟରେ ଅର୍ପିତା ସାହୁ, ମନସ୍ୱିନୀ କର, ଅନିତା କୁଅଁର, ନୃତ୍ୟରେ ଆଦ୍ୟାଶା ବାରିକ, ପ୍ରଜ୍ଞା ପରମିତା ଜେନା, ନବୀନ ସିଂ, କୁଇଜରେ ସ୍ୱସ୍ତିକ ସାହୁ, ସାଇମାନସ ଜେନା, ସଞ୍ଜରା ବଦ୍ରା, ଚିତ୍ରାଙ୍କନରେ ପ୍ରଦ୍ୟୁମ୍ନ କୁମାର ଜେନା, ରୁବି ଜେନା, ସୁନିଲ କୁମାର ମାଝୀ, ତର୍କରେ ବର୍ଷା ପ୍ରୀୟଦର୍ଶନୀ ଜେନା, ସ୍ୱର୍ଣ୍ଣପ୍ରଭା ନାୟକ, ସୌମ୍ୟ ରଞ୍ଜନ ଚଇନି, ସାଧାରଣଜ୍ଞାନରେ ରୁଦ୍ରନାରାୟଣ ରାଉତ, ଦେବାଶିଷ ମିଶ୍ର, ପ୍ରିତମଜିତ ବେହେରା, କବିତା ଆବୃତ୍ତିରେ ସୁଶ୍ରୀ ସ୍ୱାଗତିକା ଜେନା, ସୁଭଦ୍ରା ଜେନା, ରାନି ପାତ୍ର, କବିତା ରଚନାରେ ଦିପ୍ତୀମୟୀ ଆୟଚ, ସୌରଭ ପ୍ରଭା ସେନାପତି, ବିଜୟଲକ୍ଷ୍ମୀ ଜେନା, ଗଳ୍ପ ଲିଖନରେ ଶୁମୁକ୍ତା ବିଶ୍ୱାଳ, ସୁପ୍ରିତୀ ସୁମନ ପାତ୍ର, ଅର୍ଚିତା ଜେନା ପ୍ରମୁଖ କୃତ୍ତିତ୍ୱ ହାସଲ କରିଥିଲେ । ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ, ମୁଖ୍ୟ ବକ୍ତା ଭାବେ ଓଷ୍ଟା କେନ୍ଦୁଝରର ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାଂଗଠନିକ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର କାର୍ଯ୍ୟକାରୀ ସଦସ୍ୟ ନିରାକାର ମହାପାତ୍ର, ସରପଞ୍ଚ ରବିନ୍ଦ୍ର କୁମାର ଜେନା, ବିଦ୍ୟାଳୟ କମିଟିର ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଛାତ୍ର ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସମ୍ପର୍କରେ ଆଲୋକପାତ କରିବା ସହିତ କୃତ୍ତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସତ୍ୟପୀର ମହାନ୍ତି ଓ ଧର୍ମାନ୍ଧି ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ନବଘନ ନାୟକ, ଜ୍ୟୋତିର୍ମୟ ନାୟକ, ସୁଧାଶୁଂ ଶେଖର ବିଶ୍ୱାଳ, ଦିଲ୍ଲିପ କୁମାର ଲେଙ୍କା, ଅତିଶୟ ବଳ, ହରିପ୍ରୀୟା ଖୁଣ୍ଟିଆ, ମାମା ଜେନା, ଅନୁପମା ସା, ଶସ୍ମିତା ବେହେରା, ମମତା ଆୟଚ, ପ୍ରଦୀପ କୁମାର ସାହୁ, ଦୁର୍ଯ୍ୟୋଧନ ଜେନା, ଶିଶିର କୁମାର ଜେନା, ପ୍ରଦୀପ କୁମାର ଜେନା, ଲକ୍ଷ୍ମୀଧର ଜେନା, ଆନନ୍ଦ ଚନ୍ଦ୍ର ସାହୁ, ମାଧବାନନ୍ଦ ଜେନା, ବାଦଲ କୁମାର ଜେନା, ସୁବାସ ଚନ୍ଦ୍ର ଜେନା, ଦେବାଶିଷ ବେହେରା, ବିନିତା ବିଶ୍ୱାଳ, ଆର୍ତ୍ତତ୍ରାଣ ଜେନା, ପ୍ରିତିଲତା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସନାତନ ଓଝା, ଶ୍ରୀକାନ୍ତ ପଟ୍ଟନାୟକ, ଦେବାଶିଷ ବାରିକ, ନବ କିଶୋର ଲେଙ୍କା, ମଦନ ମୋହନ ନାୟକ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ