ଓଷ୍ଟା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ, ବିଭିନ୍ନ ଦାବି ଉପରେ ଆଲୋଚନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଗସ୍ତରେ ଆସିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ କନ୍ଧମାଳ ଓଷ୍ଟା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର କର୍ମକର୍ତ୍ତାମାନେ ସର୍କିଟ୍ ହାଉସ୍ ଠାରେ ସାକ୍ଷାତ କରି ପ୍ରଦାନ କରିବା ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଜିଲା ସଂପାଦକ ରଂଜନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଓଷ୍ଟାର ଏକ ପ୍ରତିନିଧ ଜିଲା ସଭାପତି ପ୍ରଫୁଲ କୁମାର ସାହୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ଵର ଦଳାଇ , ଖଜୁରିପଡ଼ା ବ୍ଳକ ସଭାପତି ଚତୁର୍ଭୁଜ ରାଉତ , ଫୁଲବାଣୀ ବ୍ଳକ ସଭାପତି ସନ୍ତୋଷ ସାମନ୍ତରାଏ , ଶିକ୍ଷକ ନେତା ରମେଶ ଚନ୍ଦ୍ର ନାୟକ , ରାଜ କିଶୋର ସାହୁ , ଦିନବନ୍ଧୁ ସାହୁ , ପ୍ରଭାତ କୁମାର ରଥ ପ୍ରମୁଖ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ବେଳେ ମନ୍ତ୍ରୀ ଆସନ୍ତା ଦୁଇରୁ ତିନିମାସ ମଧ୍ୟରେ ଅନୁଦାନ ପାଇବାକୁ ଥିବା ୧୯୪ ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯିବା ସହିତ ୨୨୬ ଓ ୩୯୯ଟି ଉଚ୍ଚ ବିଦ୍ୟାଳୟକୁ ଖୁବ୍ ଶିଘ୍ର ୭ମ ବେତନ ପ୍ରଦାନ ପାଇଁ ପ୍ରକିୟା ଚାଲିଥିବା ପ୍ରକାଶ କରିଥିଲେ । ସେହିପରି ପୂର୍ଣ୍ଣ ଅନୁଦାନ ୬୯୧ ଟି ବିଦ୍ୟାଳୟରେ ଖାଲିପଡ଼ିଥିବା ୨୦୬୪ ଟି ଶିକ୍ଷକ ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଖାଲିପଡ଼ିଥିବା ଶିକ୍ଷକ ନିଯୁକ୍ତି ପଦଵୀ ପୂରଣ ଦିଗରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିବା ଓଷ୍ଟା ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି। ସେହିଭଳି ଶିକ୍ଷକ ଓ କର୍ମଚାରୀ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ପରପ୍ରେକ୍ଷିରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗର ସହମତି ପ୍ରକାଶ ହେଲେ ତାହା ବିଚାର କରାଯିବ ବୋଲି ମତ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ