ଓଷ୍ଟା ପକ୍ଷରୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ ) : ବୁଗୁଡାସ୍ଥିତ ଶଙ୍କୁର ଭଗବତ ସ୍ୱାମୀ ଉଚ୍ଚବିଦ୍ୟାଳୟର ପିଅନ ଶେଖର ଆରୁଖଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ଓଷ୍ଟା ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ଓଷ୍ଟାର ମୁଖ୍ୟ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା , ବ୍ଲକ ସଭାପତି ଅମର ପ୍ରସାଦ ସାହୁ, ସଂପାଦକ ଚନ୍ଦ୍ର ଶେଖର ସାହୁ, ବିଦ୍ୟାଳୟ ସଭାପତି କିଶୋର ଚନ୍ଦ୍ର ବେହେରା , ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ୱାଇଁ , ଆଦିତ୍ୟ ପ୍ରସାଦ ପ୍ରଧାନ, ପ୍ରଶନ୍ନ କୁମାର ଦାଶ, କପିଳେଶ୍ୱର ପଲେଇ ପ୍ରମୁଖ ସ୍ୱର୍ଗତ ଆରୁଖଙ୍କ ବାସ ଭବନକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨ହଜାର ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିଥିଲେ ।