ଓଷ୍ଟା ମେଧାବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା

ହାଟଡ଼ିହି,  : ଓଷ୍ଟା ପକ୍ଷରୁ କରାଯାଇଥିବା ମେଧାବୃତ୍ତି ପରୀକ୍ଷାରେ ହାଟଡିହି ହାଇସ୍କୁଲର ଛାତ୍ର ସୃଜଲ କୁମାର ଶାସିନି ଶାସଙ୍ଗ ପଞ୍ଚୟତ ହାଇସ୍କୁଲର ଛାତ୍ରୀ ପ୍ରେରଣା ଦାସ ଜପିଦାସ ହାଇସ୍କୁଲ ବଡରମ୍ପାସର ଛାତ୍ର ପ୍ରକାଶ ଧଳ କୃତିତ୍ୱର ସହ ସଫଳତା ଅର୍ଜନ କରିଛନ୍ତି । ଓଷ୍ଟା ପକ୍ଷରୁ ଶନିବାର ଦିନ ଇନଷ୍ଟୁଚ୍ୟୁଟ୍ ଅଫ୍ ଇଞନିୟରିଂ ଭୁବନେଶ୍ୱରରେ କରାଯାଇଥିବା ଏକ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମିର ରଞନ ଦାସ, ଓଷ୍ଟାର ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ