ଓଷ୍ଟା ର ପୂର୍ବତନ ସାଧାରଣ ସଂପାଦକଙ୍କ ଦେହାନ୍ତରେ ଶୋକ ପ୍ରକାଶ

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ପୂର୍ବତନ ସାଧାରଣ ସଂପାଦକ ତଥା ଜଣେ ବିଶିଷ୍ଟ ଶିକ୍ଷକ ନେତା ଆଦର୍ଶ ଶିକ୍ଷକ ନିଗମା ନନ୍ଦ ପାଣିଗ୍ରାହୀ ଙ୍କ ର ଗତ୨୬ତାରିଖ ରାତ୍ରି ୪ଘ,ସମୟରେ ପରଲୋକ ହୋଇଯାଇଛି ।ଗତ କିଛି ଦିନ ଧରି ସେ କିଡନି ଜନିତ ରୋଗରେ ପୀଡ଼ିତ ଥାଇ ଭୂବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ସ୍ବର୍ଗତ ପାଣିଗ୍ରାହୀ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଓଷ୍ଟା ରାଜ୍ୟ ସଂଗଠନର ସାଧାରଣ ସଂପାଦକ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ।ଶିକ୍ଷକ ସମାଜର ବିଭିନ୍ନ ଦାବି ହାସଲ ଓ ସମସ୍ୟା ସମାଧାନ କରିବାରେ ତାଙ୍କର କାର୍ଯ୍ୟ ଶୈଳୀ ଦ୍ବାରା ସେ ଶିକ୍ଷକ ସମାଜ ମଧ୍ୟରେ ଆଦୃତ ହୋଇ ଥିଲେ ଏବଂ ତାଙ୍କର ଦୁର୍ବାର ନେତୃତ୍ଵରେ ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ ହୋଇପାରିଥିଲା ।ତାଙ୍କର ଦେହାନ୍ତରେ ଓଡିଶା ଶିକ୍ଷାକ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ
ସୃଷ୍ଟି ହେଲା ବୋଲି ଓଷ୍ଟା ର ପୂର୍ବତନ ସାଧାରଣ ସଂପାଦକ କିଶୋର କୁମାର ପଣ୍ଡା, ରଘୁନାଥ ସାହୁଙ୍କ,ପୂର୍ବତନ ସଭାପତି ଇନ୍ଦୁମାଧବ ମହାନ୍ତି, କୋଷାଧ୍ୟକ୍ଷ କାମରାଜୁ ମହାରଣା ଙ୍କ ସମେତ ଓଷ୍ଟାର ପୂର୍ବତନ ଉପସଭାପତି ଅରୁଣ କୁମାର ପାତ୍ର ,ଗଂଜାମ ଜିଲାରୁ ପୂର୍ବତନ ସଭାପତି ବୃନ୍ଦାବନ ପ୍ରଧାନ, ପ୍ରଭାତ କୁମାର ଦାଶ,କୋରା ମହାରଣା, ଲକ୍ଷ୍ମୀ ନାରାୟଣ ଶତପଥୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଅଶୋକ କୁମାର ଦଳାଇ,ଭିକାରୀ ଗୌଡ,କୈଳାଶ ବେହେରା, କୋରେଶ ଚନ୍ଦ୍ର ଶତପଥୀ, ଯୁଧିଷ୍ଠିର ପାଢୀ, ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ