ଓଷ୍ଠା ତରଫରୁ ମେଧାବୃତ୍ତି ପରୀକ୍ଷା

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଓଷ୍ଠା ପକ୍ଷରୁ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ରାଜ୍ୟ ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସଂଘ ଦ୍ଵାରା ଏହି ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ,ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ା ବ୍ଲକ ର ନବମ ଶ୍ରେଣୀରେ ପଢ଼ୁଥିବା ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ଓଷ୍ଟା ତରଫରୁ ହେଉଥିବା ଏହି ମେଧାବୃତ୍ତି ପରୀକ୍ଷାରେ ପ୍ରତିବର୍ଷ ଶହେ ଜଣ ଛାତ୍ରଛାତ୍ରୀ ଙ୍କୁ ମାସିକ ତିନି ଶହ ଲେଖାଏଁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ରାଜ୍ୟ ସଂଘ ପକ୍ଷରୁ ଅଶୋକ ଦଳେଇ ପର‌୍ୟ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଉକ୍ତ ପରୀକ୍ଷାକୁ ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ସନ୍ତୋଷ କୁମାର ଜେନା,ଉପ ସଭପତି ବିଜୟ ଚନ୍ଦ୍ର ମହାରଣା,ସମ୍ପାଦକ ରବିନାରାୟଣ ମହାନ୍ତି,ହେମନ୍ତ ତ୍ରିପାଠୀ,ପିତାମ୍ବର ପାଢ଼ୀ,ବିଷ୍ଣୁ ପ୍ରସାଦ ପାତ୍ର,ସଚ୍ଚିଦାନନ୍ଦ ପ୍ରଧାନ,ହୃଷୀକେଶ ନାୟକ,ସରୋଜ ପ୍ରଧାନ,ପ୍ରଶାନ୍ତ ପ୍ରଧାନ,ପ୍ରମୋଦ କୁମାର ଗୌଡ,ପ୍ରଭାକର ପୋଲାଇ,ଉପେନ୍ଦ୍ର ନାଥ ସିୟ ସତ୍ୟ ନାରାୟଣ ଶତପଥୀ,ପ୍ରଭୁପାଦ ରଥ,ଶିବାନନ୍ଦ ସାହୁ, ନୀରିକ୍ଷକ ସହ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ