ଓସାଫି ତରଫରୁ ଷଷ୍ଠ ଆର୍ôଥକ ଅନ୍ତର୍ଭୁକ୍ତିକରଣ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିକଶିତ ଓଡ଼ିଶା ର ଲକ୍ଷ୍ୟ ପୁରଣ ପାଇଁ ରାଜ୍ୟର ସମସ୍ତ ପରିବାର ପାଖରେ ବିବିଧ ଆର୍ôଥକ ସେବା ଯଥେଷ୍ଟ ପରିମାଣରେ ପହଞ୍ଚିବା ଆବଶ୍ୟକ । ଅଧିକ ସଂଖ୍ୟକ ଶାଖା ର ଅଭାବ ଯୋଗୁଁ ବ୍ୟାଙ୍କ୍ ମାନଙ୍କ ସେବା ଗ୍ରାମାଞ୍ଚଳ ରେ ବିଶେଷ ଭାବେ ପହଞ୍ଚି ପାରୁନାହିଁ । ଏହି ପରିପ୍ରେକ୍ଷୀରେ ରେ ରାଜ୍ୟ ରେ କ୍ଷୁଦ୍ର ଆର୍ôଥକ ଅନୁଷ୍ଠାନ ମାନଙ୍କ ଭୂମିକା ଆତ୍ୟନ୍ତା ଗୁରୁତ୍ୱପୂର୍ଣ୍ଣ ଓ ରଜ୍ୟ ରେ ୮୦ ରୁ ଉର୍ଦ୍ଧ କ୍ଷୁଦ୍ର ଆର୍ôଥକ ଅନୁଷ୍ଠାନ, ବ୍ୟାଙ୍କ୍ , ଆର୍ôଥକ ଅନୁଷ୍ଠାନ କାର୍ଯ୍ୟରତ । ଅନୁଷ୍ଠାନ ସମୂହର ୪୬ ଲକ୍ଷ୍ୟ ମହିଳା ଙ୍କ ପାଖରେ ୨୧, ୭୯୭ କୋଟି ଟଙ୍କା ର ଋଣ ବକେୟା ରହିଛି । ସେଥି ମଧରୁ ୭୧ ଭାଗ ମହିଳା କେବଳ ଗ୍ରମଚଳ ତଥା ଅପହଞ୍ଚ ଅଞ୍ଚଳରେ ବସବାସ କରୁଛନ୍ତି ।ଓସଫି ପାଖରୁ ସ୍ଥାନୀୟ ରେଳ ଅଡିଟୋରିୟମ୍ ଆୟୋଜିତ ଷଷ୍ଠ ରାଜ୍ୟ ସ୍ତରୀୟ ଆର୍ôଥକ ଅନ୍ତର୍ଭୁକ୍ତିକରଣ ସମ୍ମିଳନୀ ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମ କୁ ଭାରତ ସରକାର ଙ୍କ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍ ର ସାଧାରଣ ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ଓ ଓସାଫି ର ସଭାପତି ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ ଉଦଘାଟନ କରିଥିଲେ । ଓଷାଫି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ନରେନ୍ଦ୍ର ନାୟକ ଅନୁଷ୍ଠାନ ର ବାର୍ଷିକ ସଫଳତା ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମଫିନ ର ଉପ ସଭାପତି ଶ୍ରୀ ହବିବ ସହିକ, ସାଧନ ର ନିର୍ଦ୍ଦେଶକ ଶ୍ରୀ ସାଇବୁଲ ପଲ, ସିଡ୍ ବି ର ଉପ ସାଧାରଣ ପ୍ରବନ୍ଧକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଚୌଧୁରୀ , ମିଶନ ଶକ୍ତି ବିଭାଗ ର ଆର୍ôଥକ ଉପଦେଷ୍ଟା ଶ୍ରୀ ଅନୋଜ କୁମାର ପ୍ରଧାନ, ସେୟାର ଇଣ୍ଡିଆ ର ଉପ ସଭାପତି ଶ୍ରୀ ଆଲୋକ ପଟ୍ଟନାୟକ , ଓ ସା ଫି ର ଉପ ସଭାପତି ଶ୍ରୀ ଗୋବିନ୍ଦ ଦାସ, ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ଆର୍ôଥକ ଅନ୍ତର୍ଭୁକ୍ତ କାରଣ ରେ ବିଭିନ୍ନ ଅନୁଷ୍ଠାନ ର ଭୂମିକା ବିଷୟରେ କହିଥିଲେ । ସମ୍ମିଳନୀ ରେ ଦୁଇଟି ଅଧିବେଶନ ରେ ଡିଜିଟାଲ ଫାଇନାନ୍ସ , ଦକ୍ଷତା ବିକାଶ , କ୍ଷୁଦ୍ର ଉଦ୍ୟୋଗ ବିକାଶ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଓଡ଼ିଶା ର ୩୦ ଗୋଟି ଜିଲ୍ଲାରୁ ୬୦୦ ମହିଳା ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ୩୦ ଜଣ ସଫଳ ମହିଳା ଉଦ୍ୟୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷ ରେ ଓଷାଫି ର ବୋର୍ଡ ସଦସ୍ୟ ଶ୍ରୀ ଆଶିଷ କୁମାର ଦାସ ଓ ଯୁଗଳ କିଶୋର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।