ଓସିଏ ସଭାପତି ସମ୍ପାଦକଙ୍କୁ ଅଭିନନ୍ଦନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଓଡିଶା କ୍ରିକେଟ ସଙ୍ଘ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ନୂତନ କମିଟିକୁ ନାଉଗାଁ ଅଂଚଳର ବିଭିନ୍ନ କ୍ରିଡା ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଛା ଜ୍ଞାପନ କରାଯାଇଛି । ଏହି ଅବସରରେ ଓସିଏର ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଂଜୟ ବେହେରାଙ୍କୁ ଅଭିନନ୍ଦନ ଓ ସ୍ୱାଗତ କରାଯିବା ସହ ଆଗାମି ଦିନରେ ଓଡିଶା ଓ ଗ୍ରାମାଂଚଳର ପ୍ରତିବାବାନ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ଓ ଓଡିଶାର ଯବକ୍ରିଡା ବିତ୍ ମାନଙ୍କର ବିକାଶରେ ସହାୟକ ହେବେ ବୋଲି ଓଡିଶା ବାସି ଆଶା ପୋଷଣ କରିଛନ୍ତି । ଆଗାମି ଦିନରେ ଓଡିଶା କ୍ରିକେଟର ଏକ ନୂତନ ଯୁବ ଆରମ୍ଭ ହେବ ବୋଲି ନାଉଗାଁ ଅଂଚଳର କ୍ରିକେଟପ୍ରେମୀମାନେ ଆସା ରଖିଛନ୍ତି । ଏହି ନୂତନ କମିଟିର ସଭାପତି ସମ୍ପାଦକ ଓ ସମସ୍ତ କର୍ମକର୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏହି ବିଜୟରେ ଓଡିଶା ଯାଦବ ସଙ୍ଘର ସମ୍ପାଦକ ସୁନିଲ୍ ମାଟିଆ, ସୋସିଆଲ୍ ମିସନ୍ ୱାର୍ଡର ସମ୍ପାଦକ ସର୍ବେଶ୍ୱର ମହାରଣା, ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଭାପତି ମନୋଜ ନାୟକ, ଉପସଭାପତି ମହାଦେବ ସେଠୀ,ସମ୍ପାଦକ ପ୍ରସନ୍ନଜିତ୍ ସାହୁ, ଅରୁଣ ଓଝା,ନାଉଗାଁ କ୍ରିକେଟ୍ ସଙ୍ଘର ସଭାପତି ପୃଥିରାଜ ନାୟକ, ଛାତ୍ର ସଂସଦ ପୁର୍ବତନ ସଭାପତି ସରୋଜ କୁମାର ଲେଙ୍କା, ଅଜୟ କୁମାର ସାହୁ, ସନ୍ଦିପ୍ କୁମାର ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ