ଓସେପା ପୁସ୍ତକ କ୍ରୟରେ କୋଟି କୋଟି ଟଙ୍କା ହେରଫେର୍‍, ତଦନ୍ତ ହେଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠଲେଖକ, ସ୍ତମ୍ଭକାର, କୃଷ୍ଟିପବ୍ଲିକେସନ୍‍ରମୁଖ୍ୟ ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି – ଓସେପା ପୁସ୍ତକ କ୍ରୟଯୋଜନା ନେପଥ୍ୟରେ କୋଟିକୋଟିଟଙ୍କା ଉତ୍କୋଚକାରବାର ଅଭିଯୋଗକରି ଅସାଧୁ ପ୍ରକାଶକମେଣ୍ଟକୁ କଳାତାଲିକାଭୁକ୍ତ କରାଇ ଉଚ୍ଚମାନର ପୁସ୍ତକ ଚୟନନିମନ୍ତେ ଏକ ସମୁଚିତ ପରିବେଶ ସୃଷ୍ଟି କରାଯାଉ । ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଶ୍ରୀ ନାୟକ ଲେଖିଛନ୍ତି – କିଛି ଅସାଧୁ ପୁସ୍ତକପ୍ରକାଶକଙ୍କ ଇଙ୍ଗିତରେ ଓସେପା ଜରିଆରେ ପାଠାଗାର ପାଇଁ ଯେଉଁ ପୁସ୍ତକ ମନୋନୟନ ପ୍ରକ୍ରିୟା ଗତ କିଛିବର୍ଷ ଧରି ଚାଲିଆସିଲାଣି, ତାହା ଏବେ ଲୋକନିନ୍ଦାର ଶରବ୍ୟହୋଇ ଜନସ୍ୱାର୍ଥ ମାମଲାର ସମ୍ମୁଖୀନ ହେବାକୁଯାଉଛି । କେତେକ ଶଠପ୍ରକାଶକଙ୍କ ପ୍ରରୋଚନାରେ ପ୍ରବଳ ଉତ୍କୋଚର ପ୍ରଲୋଭନକୁ ଏଡାଇନପାରି ପୂର୍ବପ୍ରସ୍ତୁତ ଚୂଡାନ୍ତପୁସ୍ତକ ତାଲିକାରେ କୁଆଡେ ବ୍ୟାପକ ଅଦଳବଦଳ ହୋଇଥିବାର ହେରଫେର୍‍ ଜାଣିବାଶୁଣିବା ମହଲରେ ଚର୍ଚ୍ଚିତ ହେବାରେ ଲାଗିଛି । କେଉଁ ପ୍ରକାଶକ କେତେ ଟଙ୍କା ପାଇବାକୁ ଯାଉଛନ୍ତି ଏ ବାବଦରେ କଟକର ଜଣେ ପ୍ରକାଶକଙ୍କ ଖୋଲାଖୋଲି ଘୋଷଣା ସମସ୍ତଙ୍କୁ ଏକପ୍ରକାର ଆଶ୍ଚର୍ଯ୍ୟଚକିତ କରିରଖିଛି । ବିଗତ ବର୍ଷମାନଙ୍କ ଭଳି ୨୦୨୨-୨୩ ମସିହା ଲାଗି ଓସେପା ପକ୍ଷରୁ ବିଦ୍ୟାଳୟପାଠାଗାର ଲାଗି ପୁସ୍ତକକ୍ରୟ ନିମନ୍ତେ ପ୍ରକ୍ରିୟା ଜାରି ରହିଛି । ଗଲାବର୍ଷ କିଛି ଅସାଧୁ ପ୍ରକାଶକ ମାତ୍ରାଧିକ ମୁନାଫା ହାତେଇବା ପାଇଁ ସରକାରୀକଳର ଅପବ୍ୟବହାର କରିଥିବା ଅଭିଯୋଗରେ ପୂର୍ଣ୍ଣଚ୍ଛେଦ ନପଡୁଣୁ ଚଳିତବର୍ଷ ଏହି ଅସାଧୁତା ଆହୁରି ସୀମା ଲଙ୍ଘିବାକୁ ଯାଉଛିବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।କଟକର ମାତ୍ର ଚାରିପାଞ୍ଚଟି ପ୍ରକାଶନ ସଂସ୍ଥାର ମାଲିକମାନେ ମିଳିମିଶି ନିଜର ଅସାଧୁମେଣ୍ଟ ଗଠନକରି ଯେଉଁ ଅନୈତିକ ଅଭିଯାନ ଚଳାଇଆସୁଛନ୍ତି, ତଦ୍ୱାରା ଏଥରକ ମଧ୍ୟ ଓସେପା ଆୟୋଜିତ ପୁସ୍ତକକ୍ରୟ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର୍‍ର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲାଣି । ପୂର୍ବବର୍ଷରୁ ବଳିପଡିଥିବା ପ୍ରାୟ ଚାରିକୋଟି ଟଙ୍କା ସମେତ ଏ ବର୍ଷର ଧାର୍ଯ୍ୟ ହୋଇଥିବା ଅନ୍ୟୂନ ୨୨ କୋଟି ଟଙ୍କା ମିଶାଇ ସର୍ବମୋଟ ୨୬ କୋଟିରୁ ଅନ୍ତତଃ ୧୮ କୋଟିରୁ ଉର୍ଦ୍ଧ୍ୱଟଙ୍କା ଏହି ୪/୫ ଜଣ ଅସାଧୁ ପ୍ରକାଶକ ଓ ସେମାନଙ୍କର ଏକାଧିକ ନକଲିସଂସ୍ଥା ହାତସଫେଇ କରିବାକୁ ଯାଉଥିବାର ଭିତିରିଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଲାବର୍ଷ ମଧ୍ୟ ସଂପୃକ୍ତ ଅସାଧୁମେଣ୍ଟର ସ‘ଳତାଯୋଗୁଁ ୧୪କୋଟି ଟଙ୍କା ସଂପୃକ୍ତ ପ୍ରକାଶକମାନେ ନିଜ ନିଜ ଭିତରେ ବାଣ୍ଟିକୁଣ୍ଟି ନେବାପରେ ବଳିପଡିଥିବା ମାତ୍ର ୮ କୋଟି ଟଙ୍କାର ବହି ଯୋଗାଇଦେବାକୁ ବାକି ୧୦୮ ଜଣ ପ୍ରକାଶକଙ୍କୁ ଓସେପା ଅଫିସରୁ ମେଲ୍‍ ଜରିଆରେ ଜଣାଇଦିଆଯାଇଥିଲା । ଏ ସଂକ୍ରାନ୍ତରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ରାଜ୍ୟର ବିଭିନ୍ନ ପ୍ରକାଶକ ଗଭୀରକ୍ଷୋଭର ସହିତ ଅବଗତ କରାଇବାପରେ ଆଗକୁ ଆଉ ଏପରି ଅଘଟଣ ଘଟିବନାହିଁ ବୋଲି ସେ ପଣ କଲାଭଳି ଦୁଃଖ ପ୍ରକାଶ କରିଥିଲେ । ମାତ୍ର ସେ ପଣ ଯେ ପାଣିରେ ଗାର ଏବଂ ସେ ଦୁଃଖ ଯେ ରାଜଧାନୀ କୂତ୍ରିମ ଝରଣାର ରଙ୍ଗିନ୍‍ ଟୋପା – ଏ ବର୍ଷର ପାଠାଗାର ପୁସ୍ତକକ୍ରୟ ପୂର୍ବରୁ ଶୁଣିବାକୁ ମିଳୁଥିବା ନାନା ଅନିୟମିତ ହେରଫେର ହୋଇଥିବାର କ୍ରିୟାକାଣ୍ଡରୁ ଏହା ଏକପ୍ରକାର ମର୍ମନ୍ତୁଦ ସତ୍ୟ ରୂପେ ସାବ୍ୟସ୍ତ ହେବାକୁ ଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚଳିତ ମାସ ୪ ତାରିଖରୁ ପୁସ୍ତକ ଚୟନକମିଟି ଚୂଡାନ୍ତପୁସ୍ତକ ତାଲିକା ପ୍ରଦାନ କରିସାରିଥିବାବେଳେ ସେହି ତାଲିକାରେ ଉପରୋକ୍ତ ଅସାଧୁ ପ୍ରକାଶକମେଣ୍ଟର ପ୍ରରୋଚନାରେ ଆମୂଳଚୂଳ ପରିବର୍ତ୍ତନ ହୋଇଥିବାର ସୁରାକ୍‍ ମିଳିଛି । ଏହି ପରିବର୍ତ୍ତନର ଅର୍ଥ ହେଉଛି ଯୋଗ୍ୟତାଭିତ୍ତିରେ ବଛାଯାଇଥିବା ବହୁ ପ୍ରକାଶକସଂସ୍ଥାଙ୍କର ଖୁବ୍‍ ଉପାଦେୟ ପୁସ୍ତକସବୁର ଗୋଛି କଟାହୋଇ ତା ବଦଳରେ ସ୍ୱଳ୍ପସଂଖ୍ୟକ ଉକ୍ତ ଅସାଧୁପ୍ରକାଶକଙ୍କ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ