ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡାର ଶାଖା ପରିଚାଳକ ତାପସ ପ୍ରସାଦ ସିଂ, ସମିତି ଉପସଭାପତି କନକଲତା ସ୍ୱାଇଁଙ୍କ ସମେତ ନିର୍ଦେଶକ ଶରତ ଚନ୍ଦ୍ର ଦାସ, ପ୍ରଫୁଲ୍ଲ ରାଉତ, ପ୍ରଶାନ୍ତ ବେହେରା, କୈଳାସ ଚନ୍ଦ୍ର ବେହେରା, ରବିନ୍ଦ୍ରନାଥ ପଣ୍ଡା, କବି ଚନ୍ଦ୍ର ବିଶ୍ୱାଳ, ବଂଶୀଧର ସାମଲ, ପ୍ରମୋଦ ରାଉତରାୟ, ସମିତି ସମ୍ପାଦକ ପ୍ରେମାଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ସଭାପତି ଶ୍ରୀ ଜେନା ସମବାୟ ସମିତିର ବିକାଶ ଉପରେ ଗୁରୁତ୍ୱାରୋପ କରି ଏଥିନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମିତି ପକ୍ଷରୁ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ଓ ବକେୟା ଋଣ ଆଦାୟକୁ ତ୍ୱରାନ୍ୱିତ କରିବାକୁ ଶାଖା ପରିଚାଳକ ଶ୍ରୀ ସିଂ ପରାମର୍ଶ ଦେଇଥିଲେ । ଧାନମଣ୍ଡି ପାଇଁ କୃଷକ ପଞ୍ଜିକରଣ କାର୍ଯ୍ୟକୁ ସଠିକ ଭାବରେ କରାଯିବା, ଚାଷୀଙ୍କୁ ସାର ଯୋଗାଇଦେବା ଏବଂ ସମିତି କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଗୃହର ଅଭାବ, ଶୋଚାଳୟ, ପାନୀୟ ଜଳ ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ସଭାପତି ଶ୍ରୀ ଜେନା ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ