ଓ୍ବାଲମାର୍ଟରୁ ୫୬ ଅଧିକାରୀ ଛଟେଇ
ମୁମ୍ବାଇ : ୫୬ ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଭାରତ ଗସ୍ତ ପୂର୍ବରୁ ଆମାଜନ୍ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା ୫୬ ଜଣଙ୍କ ମଧ୍ୟରେ ୮ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର ୨୮ଟି କେନ୍ଦ୍ର ରହିଛି । ୨୦୦୭ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ୨୦୧୬ରେ ୧୬ବିଲିୟନ୍ ଡଲାର ବିନିମୟରେ ଫ୍ଲିପ୍କାର୍ଟକୁ ଅଧିଗ୍ରହଣ କରିଥିଲା ।


