ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭମହୁରତ
ଭୁବନେଶ୍ୱର,(ୱାଇଏନ୍ଏସ୍): ଶ୍ରଦ୍ଧାସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଂଟରଟେନମେଂଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭମହୁରତ ହୋଇଯାଇଛି । ପଟିଆସ୍ଥିତ ସାଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ତରଙ୍ଗ ଟିଭିର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ‘ତୁ ମୋ କମଜୋରି’ ସହ ସମ୍ପୃକ୍ତ କଳାକାର ତଥା ଟେକ୍ନିସିଆନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ।


