ଓଡ଼ିଆ ଝିଅ ମଧୁସ୍ମିତା ଦୁବାଇରେ ଫସିଥିବା ୨୧୫ଜଣ ନେଇ ଭୁବନେଶ୍ୱରରେ ପହଂଚିଲେ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରେ।ନ। ଯୋଗୁ ଦୁବାଇରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଏୟାର ଆରବିଆର ଚାଟାର୍ଡ଼ ଫ୍ଲାଇଟ୍ରେ ଭୁବନେଶ୍ୱରକୁ ଅଣାଯାଇଛି । ଫ୍ଲାଇଟ୍ରେ ୨୧୫ଜଣ ପ୍ରବାସୀ ଓଡ଼ିଆ ରହିଥିବାବେଳେ ପାଇଲଟ୍ ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ ଏହି ଫ୍ଲାଇଟକୁ ଚଳାଇ ଆଣିଥିଲେ । ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିବା ପରେ କ୍ୟାପଟେନ ସୁଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆରବରେ ଓଡ଼ିଆ ସୋସାଇଟି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା । ସୁରୁଖୁରୁରେ ଭୁବନେଶ୍ୱରେ ନିର୍ଧାରିତ ସମୟରେ ଆସି ପହଂଚିଲୁ । ସିଧା ଓଡିଶାକୁ ଉଡାଣ ଭରିଥିବାରୁ ବହୁତ ଖୁସି ଲାଗୁଛି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । କେନ୍ଦ୍ର ପେଟ୍ରୋଲିୟମ ଏବଂ ରାସାୟନିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇଲଟ୍ ସୁଶ୍ରୀ ପଟ୍ଟନାୟକଙ୍କୁ ଏହି ଅବସରରେ ପ୍ରଶଂସା କରିଛନ୍ତି । ଭୁବନେଶ୍ୱର ରେ ପହଂଚିବା ପରେ ସମସ୍ତ ପ୍ରବାସୀ ତାଙ୍କ ନିଜ ଗାଁଟାବିୟା ସ୍ଥଳକୁ ସାରକଙ୍କ ନିର୍ଦେଶ ଅନୁଯାଇ ଯାଇଛନ୍ତି.