ଓଡ଼ିଆ ଧାରାବାହିକରୁ ୨ୟ ଇନିଂସ ଆରମ୍ଭ କରିବେ ରଚନା ବାନାର୍ଜୀ

ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍ ପରଦାରେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରିବେ ରଚନା । ସିନେମାରେ ନୁହେଁ, ବରଂ ଏକ ଓଡ଼ିଆ ମେଗା ଧାରାବାହିକରେ ସେ ନଜରକୁ ଆସିବେ । “ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ମେଗା ଧାରାବାହିକ “ସରଗମ୍’ରେ ରଚନାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏକ ସଂଗୀତଭିିତ୍ତିକ ପ୍ରେମ କାହାଣୀକୁ ନେଇ ଆଧାରିତ ଧାରାବାହିକ “ସରଗମ୍’ ମାଧ୍ୟମରେ ରଚନାଙ୍କର ଏହି ଏଣ୍ଟ୍ରି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ୧୯୯୪ରୁ ୨୦୦୯ ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜ କବଜାରେ ରଖିଥିବା ରଚନାଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶଂସକ ଗୋଷ୍ଠୀ ଥିବାବେଳେ ତାଙ୍କର ଏହି ଦ୍ୱିତୀୟ ଇନିଂସକୁ ନେଇ ପ୍ରଶଂସକଙ୍କ ମହଲରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ରଚନାଙ୍କୁ ନେଇ ସୁଟ୍ ହାଇଥିବା “ସରଗମ୍’ର ପ୍ରୋମା ନିକଟରେ ରିଲିଜ୍ ହୋଇସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରଚନା କେବଳ ଏଥିରେ ଅଭିନୟ କରିବେନି, ବରଂ ଜବରଦସ୍ତ ଡାଏଲଗ୍ କହିବା ସହ ସ୍କ୍ରିନରେ ଗୀତ ମଧ୍ୟ ଗାଇବେ । ବର୍ତ୍ତମାନର ଯୁବପିଢିର କଳାକାରଙ୍କୁ ଦେଖି ନିଜର କିଛି ପୁରୁଣା ସ୍ମୃତି ତାଜା ହେଇଯାଇଥିବା ରଚନା କହିଥିବାବେଳେ ଏତେ ଦିନ ପରେ ପୁଣି ଓଡ଼ିଆ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ