ଓଡ଼ିଆ ବିଭାଗ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ଗୁରୁବାର ଦିନ ହିଞ୍ଜିଳିକାଟୁ ବ୍ଳକ ନିମିଗାଁରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭାସ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରଶେଖର ପୃଷ୍ଟି ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ମହାବିଦ୍ୟାଳୟର ଓଡ଼ିଆ ବିଭାଗୀର ୩୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ନିମିଗାଁ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ଶିକ୍ଷାର୍ଥୀ ମାନଙ୍କୁ ପରିବେଷର ସୁରକ୍ଷା ଓ ସ୍ୱଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟଶପକ ଜଗନ୍ନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ସୁଧିର, ଶ୍ରୀକାନ୍ତ, ପ୍ରତିମା, ସାବିତ୍ରି, ନନ୍ଦିନି, ରଂଜନ, ପବିତ୍ର, ବିକ୍ରମ, ସଂଜୟ, ଶ୍ରୀମନ୍ତ, ଶୁଭଲକ୍ଷ୍ମୀ, ସରିତା, ପ୍ରିୟା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।