ଓଡ଼ିଶାରୁ ରାଜ୍ୟସଭା ସଦସ୍ୟତା ପ୍ରସଙ୍ଗ
ଭୁବନେଶ୍ୱର : ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ୟୁନିଟ-୯ ରୋଟାରୀ କ୍ଲବରେ ରାଜ୍ୟସଭା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରୁ ଯୋଗ୍ୟ ପ୍ରତିନିଧିତ୍ୱ ପାଇଁ ସିିଭିଲ୍ ସୋସାଇଟିରୁ ଜଣେ ବିଜ୍ଞ ପ୍ରତିଷ୍ଠିତ ସାମାଜିକ କର୍ମୀଙ୍କୁ ପଠାଯାଉ । ରାଜ୍ୟର ପ୍ରମୁଖ ଅଗ୍ରଣୀ ଦଳ ବିଜୁ ଜନତା ଦଳ ରାଜ୍ୟ ସଭାପତି ଯେଉଁମାନଙ୍କୁ ଚୟନ କରିଛନ୍ତି ତାଙ୍କର ଯୋଗ୍ୟତା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ପ୍ରତିବାଦର ସ୍ୱର ଉଠାଇ ବରିଷ୍ଠ ସାମାଜିକ କର୍ମୀ ମମତା ସାମନ୍ତରାୟ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟସଭା ରାଜନୈତିକ ଦଳର ଥଇଥାନ କେନ୍ଦ୍ର ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ସାମାଜିକ କ୍ଷେତ୍ରରେ ଯଥେଷ୍ଟ ଅବଦାନ ଥିବା ବ୍ୟକ୍ତିଙ୍କୁ ଚୟନ କରିବା କଥା କହି ନିବେଦନ କରିଛନ୍ତି ବିଜେପି, ବିଜେଡ଼ି ଓ କଂଗ୍ରେସର ମାନ୍ୟବର ବିଧାୟକଙ୍କୁ ଏହି ଉଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଯୋଗ୍ୟ ତଥା ଆଶାୟୀ ପ୍ରାର୍ଥୀ ଭାବେ ସ୍ୱାଧୀନ ଭାବରେ ଲଢିବାକୁ ଯାଉଥିବା ମମତା ସାମନ୍ତରାୟଙ୍କ ସପକ୍ଷରେ ପ୍ରତ୍ୟେକ ରାଜନୈତିକ ଦଳ ତଥା ଏ କ୍ଷେତ୍ରରେ ନିର୍ବାଚିତ ମାନ୍ୟବର ବିଧାୟକମାନେ ଏପରି ରାଜନୈତିକ ଦଳୀୟ ମାନସିକତା ଠାରୁ ଉର୍ଦ୍ଧ୍ୱର ରହି ସାରା ଦେଶ ପାଇଁ ଏକ ଆଦର୍ଶ ଉପସ୍ଥାପନ କରନ୍ତୁ । ବିଧାୟକମାନେ ଏପରି ଏକ ଉଚ୍ଚ ଆଦର୍ଶ ପ୍ରତିଷ୍ଠା କରନ୍ତୁ ଏବଂ ଅବିଶିଷ୍ଟ ଦେଶକୁ ଦିଶା ଦିଅନ୍ତୁ, ଏତିକି ପ୍ରସ୍ତାବ ଓ ନିବେଦନ ।


