ଓଡ଼ିଶାରେ ଦ୍ବିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ। ରାଜ୍ୟର ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ମେଦିନୀପୁରର ଏହି ୭୦ ବର୍ଷୀୟ ବାସିନ୍ଦା ଜଣକ ପିଟ୍ୟୁଟାରୀ ଟ୍ୟୁମର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ କରୋନା ଦ୍ବାରା ସଂକ୍ରମିତ ହୋଇଥିଲେ। ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ। ଦୁଇ ଥର କରୋନା ନେଗେଟିଭ୍ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ କାରଣରୁ ତାଙ୍କୁ ଡିସ୍ଚାର୍ଜ କରାଯାଇନଥିଲା। ମାତ୍ର ଆଜି ବହୁବିଧ ଅଙ୍ଗର ବିଫଳତା ଏବଂ ପିଟ୍ୟୁଟାରୀ ଟ୍ୟୁମର କାରଣରୁ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।