ଓଡ଼ିଶାରେ ନାହାନ୍ତି କରୋନା ସନ୍ଦିଗ୍ଧ : ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର : ଏ ପର୍ଯ୍ୟନ୍ତ ଓଡ଼ିଶାରେ କାହାରିଠାରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇନାହିଁ। ଯଦି ସେଭଳି ଚିହ୍ନଟ ହୁଏ, ତାହା ହେଲେ ରକ୍ତ ପରୀକ୍ଷା ପାଇଁ ପୁଣେ ପଠାଯିବ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ବୁଧବାର ମାଲେସିଆ ଦେଇ ଚାଇନାରୁ ୨ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା ଲକ୍ଷଣ ନାହିଁ। ସେମାନଙ୍କୁ ହୋମ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କ ପରିଚୟ ଗୋପନ ରହିଛି। ୧୫ ଦିନ ପରେ ପୁଣି ସେମାନଙ୍କ ପରୀକ୍ଷା କରାଯିବ। ଆଗାମୀ ଦିନରେ କରୋନା ସନ୍ଦିଗ୍ଧ ଚିହ୍ନଟ ହେଲେ ପୁଣେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ ବୋଲି ସେ କହିଛନ୍ତି। ସମ୍ପ୍ରତି ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୩୨ରେ ପହଞ୍ଚିଲାଣି। ଏଥିରେ ପାଖାପାଖି ୬ହଜାର ସଂକ୍ରମିତ ହୋଇଥିବା ବେଳେ ୧୨୩୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭାରତରେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ବୃଦ୍ଧିପାଇଛି। ଦେଶରେ ୧୦୦ରୁ ଅଧିକ ଲୋକଙ୍କଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯାଉଥିବା ବେଳେ ଗୁରୁବାର କେରଳରେ ଜଣେ ଛାତ୍ର କରୋନା ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ