ଓଡ଼ିଶାରେ ବନ୍ଦ ହେଲାଣି ୪୦୦ ଟିକାକରଣ କେନ୍ଦ୍ର
ଭୁବନେଶ୍ଵର,(ୱାଇଏନ୍ଏସ୍): ରାଜ୍ୟରେ କରୋନା ହୁ ହୁ ହୋଇ ମାଡି ଚାଲିଥିବା ବେଳେ ଏହି ସମୟରେ କରୋନା ଟିକାର ରାଜ୍ୟରେ ଘୋର ଅଭାବ ଦେଖାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ଆଗ ଅପେକ୍ଷା ଅଧିକ ଶକ୍ତିଶାଳୀ ରୂପରେ ତୀବ୍ର ବେଗରେ ଓଡ଼଼ିଶାକୁ କବଳିତ କରିବାରେ ଲାଗିଲାଣି । କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ରହିଛି । ଟିକା ଅଭାବ ଯୋଗୁଁ ୪୦୦ ସେଣ୍ଟରରେ ଟିକାକରଣ ବନ୍ଦ ହୋଇଛି । ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି l ୨ ଦିନ ଭିତରେ କୋଭିସୀଲଡ଼ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି | ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରି ପାରୁନୁ । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ ଆମେ କେନ୍ଦ୍ର ନିକଟରେ ଦାବି ରଖିଛୁ । ୧ ଲକ୍ଷ ୮୫ ହଜାର ଟିକା କୋଲଡ଼ ଚେନ ପଏଣ୍ଟରେ ରହିଛି ଓ ୧ ହଜାର ୧୦୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି | ତେବେ ପର୍ଯ୍ୟାପ୍ତ ଟିକା ନଥିବାରୁ ବର୍ତ୍ତମାନ ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି |