ଓଡ଼ିଶାର ଆଉ ଜଣେ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ବର : ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। ଫଳରେ ଓଡିଶାରେ ଏହି ରୋଗୀଙ୍କ ସଂଖ୍ୟା ଦୁଇରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗୁରୁବାର ୧୪ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ବରର ଆରଏମଆରସିକୁ ପଠାଯାଇଥିଲା। ସେଥିରୁ ୧୩ ଜଣଙ୍କର ନେଗେଟିଭ ଆସିଥିବାବେଳେ ଜଣଙ୍କର ପଜେଟିଭ ଆସିଛି। ସେ କରୋନା ଆକ୍ରାନ୍ତ ଦେଶରୁ ଓଡ଼ିଶା ଫେରିଥିଲେ ବୋଲି ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
ପୂର୍ବରୁ ସେହିପରି ଜଣଙ୍କ ଦେହରେ କରୋନା ଭୂତାଣୁ ଥିବାର ଜଣାପଡ଼ିଥିଲା। ତାଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇ ସଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। ବର୍ତ୍ତମାନ ସେ ଠିକରେ ଖିଆପିଆ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇରେ ପହଞ୍ଚିଛି।


