ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନ୍ତଃରାଜ୍ୟ ସହଯୋଗ ପ୍ରକ୍ରିୟା ଆରମ୍ଭ
ଓଡ଼ିଶା ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପର୍ଯ୍ୟଟନମନ୍ତ୍ରୀ ପ୍ରହଲ୍ଲାଦ ସିଂ ପାଟିଲଙ୍କ ଉପସ୍ଥିତିରେ ଗୁଜରାଟ ପର୍ଯ୍ୟଟନ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ରେ ଏହା ସମ୍ପନ୍ନ ହୋଇଛି । ଏହି ଦୁଇ ଦିନିଆ ଜାତୀୟସ୍ତରୀୟ ସମ୍ମିଳନୀରେ ପର୍ଯ୍ୟଟନ ଶିଳ୍ପର ବିକାଶ, ରେସପନ୍ସବୁଲ୍ ଟୁରିଜିମ୍ ପ୍ରାକ୍ଟିସ୍ ଏବଂ ଟୁରିଜିମ୍ ସର୍କିର୍ଟ୍ ଡେଭଲପ୍ମେଂଟ୍ ଆଦି ସମ୍ପର୍କରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଇ-ଗଭର୍ଣ୍ଣାସ୍ ବିକାଶ,ପର୍ଯ୍ୟଟନ ସ୍ଥଳଗୁଡ଼ିକ ମଧ୍ୟରେ ସୁସଂଯୋଗ ବ୍ୟବସ୍ଥା, ସାଂସ୍କୃତିକ ପରିବେଶ ବିକାଶ ସହିତ ପର୍ଯ୍ୟଟ୍ ସୁରକ୍ଷା, ପରିମଳ ବ୍ୟବସ୍ଥା, ହସ୍ପିଟାଲିଟି ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ରାଜ୍ୟରେ ପରୀକ୍ଷାମୂଳକ ଭାବେ ମୂଲ୍ୟବୋଧ ବିତିକ ଏବଂ ବ୍ୟବସାୟିକ ପର୍ଯ୍ୟଟନର ବିକାଶ ଦ୍ୱାରା ଆର୍ଥିକ ଅଭିବୃଦ୍ଧି ସମ୍ଭବ । ଏହାସହିତ ମଲ୍ଟି ଷ୍ଟେଟ୍ ଟୁରିଜିମକୁ ଗୁରୁତ୍ୱ ପ୍ରଦାନ ଉପରେ ମତ ପ୍ରକାଶ ପାଇଥିଲା । ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ବିମାନ ସେବା ଆରମ୍ଭ, ଭିତିଭୂମି ବିକାଶ, ଅନ୍ତଃରାଜ୍ୟ ସର୍କିଟ୍, ପରିବେଶ ସୁରକ୍ଷ ।ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ,ଏହା ସହିତ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପେ ରମଧ୍ୟ ଏହି ଅବସରରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ବିଶାଳ ଦେବଙ୍କ ଉପସ୍ଥିତିରେ ଗୁଜରାଟ ସରକାରଙ୍କ ପଯ୍ୟଟନ ଶିଳ୍ପ ସହିତ ବୁଝାମଣା ସ୍ୱାକ୍ଷର ହୋଇଥିଲା । ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଭାରତୀୟ ଶିଳ୍ପସଂଘ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଦେବ ସୂଚିତ କରିଥିଲେ ଯେ, ଏଭଳି ପର୍ଯ୍ୟଟନପ ଶିଳ୍ପ ସମ୍ପର୍କିତ ସମ୍ମିଳନୀ ନିୟମିତ ଅନ୍ତରରେ ଆୟୋଜିତ ହେବାର ଆବଶ୍ୟକତା ରହିଛି ।