ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠତମ ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ତମ ପ୍ରତିଷ୍ଠା ଦିବସ ଶନିବାର ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ ଓ ଶିକ୍ଷାର୍ଥୀ ମାନେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ବିଦ୍ୟାଳୟର ଉଦ୍ଦେଶ୍ୟ ଓ ପରିକଳ୍ପନା ବିଷୟରେ ଆଲୋକପାତ କରିଥିଲେ । ଉଚ୍ଚ ଶ୍ରେଣୀର ଶିକ୍ଷାର୍ଥୀ ମାନେ ନିଜର ଅନୁଭୂତିକୁ ପରିପ୍ରକାଶ କରିଥିଲେ । ଚଳିତ ବର୍ଷ କୋଭିଡ଼ କଟକଣାକୁ ଆଖି ଆଗରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିଷ୍ପତି କ୍ରମେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ବୋଲି ଅଧ୍ୟକ୍ଷ ପଟେଲ କହିଥିଲେ । ଅନଲାଇନ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା । ଗଣିତ ବିଭାଗୀୟ ଅଧ୍ୟାପକ ଅମିୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପଦ୍ମିନି ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ