ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନୟନ କମିଟି ବୈଠକ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନୟନ କମିଟିର ଏକ ବୈଠକ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଟିର ଅକ୍ଷ୍ୟକ୍ଷ ତଥା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ପରିଚାଳନା, ଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମର ବିକାଶ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଅସମ୍ପୂର୍ଣ୍ଣ ଖେଳ ପଡ଼ିଆ ନିର୍ମାଣ, ଛାତ୍ର ନିବାସ ସମେତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଶିକ୍ଷାର୍ଥୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପଦ୍ମଭୂଷଣ ମାଝି, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ