ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ
ଏପ୍ରିଲ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ରହିଛି। ଉକ୍ତଦିନ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରରେ ରୋଡ଼ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ରୋଡ଼ ଶୋ’ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ରଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ପଡିଆ ପର୍ୟ୍ୟନ୍ତ ଯିବାର କାର୍ୟ୍ୟକ୍ରମ ରହିଛି। ଏହା ସହ ସମ୍ବଲପୁରରେ ମଧ୍ୟ ପ୍ରଚାର କରିବେ ମୋଦୀ ।


