ଓଡ଼ିଶା ଗସ୍ତରେ ଆସିଥିବା ନିର୍ବାଚନ କମିଶନଙ୍କ ସହିତ ସମାଜବାଦୀ ପାର୍ଟି ପ୍ରତିନିଧିଙ୍କ ସହିତ ଆଲୋଚନା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ଓଡ଼ିଶା ଗସ୍ତରେ ଆସିଥିବା ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କ ସହିତ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ଏକ ପ୍ରତିନିଧି ଦଳ ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ହୋଟେଲ ମେ ଫେୟାରଠାରେ ଭେଟି ସାକ୍ଷାତ୍ ଆଲୋଚନା କରିବା ସହିତ ଏକ ୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଗଣତନ୍ତ୍ର ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ୫୦% ଇଭିଏମ୍ ମେସିନ୍ରେ ଭିଭିପାଟ୍କୁ ନିଶ୍ଚିତ କରାଯାଉ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡରେ ନିକଟରେ ଘଟି ଯାଇଥିବା ମଦ ମୃଦ୍ୟୁକୁ ଆଖି ଆଗରେ ରଖି ନିର୍ବାଚନ ସମୟରେ ମଦ ଦୋକାନ ଏବଂ ବେଆଇନ୍ ମଦ କାରଖାନାକୁ ସିଲ୍ କରାଯାଉ । ଯଦି ସେଭଳି କୌଣସି ଘଟଣା ଘଟେ, ତାହେଲେ ସେଥିପାଇଁ ସ୍ଥାନୀୟ ଥାନାର ଇନ୍ସପେକ୍ଟର ଏବଂ ସେହି ଅଞ୍ଚଳ ଦାୟିତ୍ୱରେ ଥିବା ଅବକାରୀ ଅଫିସରଙ୍କୁ ·କିରିରୁ ଛଟେଇ କରାଯାଉ । ସ୍ଥାନୀୟ ଜିଲ୍ଳାର ଏସ୍ପି ଓ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ । ·କିରିରୁ ଅବସର କିମ୍ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରୁଥିବା ଯେକୌଣସି ସରକାରୀ ଅଧିକାରୀଙ୍କୁ ତାଙ୍କ ଅବସର ଗ୍ରହଣର ୩ ବର୍ଷ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଅନୁମତି ପ୍ରଦାନ କରାନଯାଉ । ଅସହ୍ୟ ତାତିକୁ ଆଖିଆଗରେ ରଖି ଦିନ ୧୨ଟାରୁ ୪ ଟା ମଧ୍ୟରେ କୌଣସି ସାଧାରଣ ସଭା କରିବାକୁ ଅନୁମତି ପ୍ରଦାନ କରାନଯାଉ । ପ୍ରତ୍ୟେକ ସଂସଦ ଏବଂ ବିଧାୟକ ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ କ୍ଷେତ୍ରର ପ୍ରତି ବୁଥ୍ରୁ ମାତ୍ର ୫ ଜଣ ଲେଖା ଲୋକଙ୍କୁ ନେଇ ସାଧାରଣ ସଭା କରିବାର ଅନୁମତି ପ୍ରଦାନ କରାଯାଉ । ଏହାଦ୍ୱାରା ଖର୍ଚ୍ଚ କାଟକୁ ସୀମିତ ରଖାଯାଇ ପାରିବ ବୋଲି ସମାଜବାଦୀ ପାର୍ଟି ମନେ କରୁଛି । ସରକାରୀ ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ନହେବା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ କମିଶନଙ୍କ ନିକଟରେ ଦାବି କରାଯାଇଛି । ନିର୍ବାଚନର ୩ ମାସ ପୂର୍ବରୁ ଭାରତ ସରକାର ବା ବିଭିନ୍ନ ରାଜ୍ୟ ସରକାରମାନେ କୌଣସି ନୂଆ ଯୋଜନା ଘୋଷଣା କରିବା ପାଇଁ ପଦକ୍ଷେପ ନ ନେବାକୁ ନିର୍ବାଚନ କମିଶନ ନିଶ୍ଚିତ କରନ୍ତୁ । ନିର୍ବାଚନରେ ଯୁବକ ଏବଂ ଛାତ୍ରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ଏହାକୁ ଆଖି ଆଗରେ ରଖି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଥିବା ଯୁବ ରେଡ଼କ୍ରସ ଶାଖା ଓ ଏନ୍ଏସ୍ଏସ୍ ଶାଖାଗୁଡ଼ିକୁ ସକ୍ରିୟ କରାଯିବା ସହିତ ସେମାନଙ୍କୁ ନିର୍ବାଚନ ସଂସ୍କାର କାର୍ଯ୍ୟରେ ଆବଶ୍ୟକୀୟ ତାଲିମ୍ ଦିଆଯାଇ ନିୟୋଜିତ କରିବାକୁ ଏହି ସ୍ମାରକ ପତ୍ରରେ ଦର୍ଶାଯାଇଛି । ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବନେତା ଏନ୍ ସମ୍ବିତ୍ ଦାସ, ପ୍ରଦୀପ ମିଶ୍ର, ନାରାୟଣ ଡ଼ାଳୁଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନିର୍ବାଚନ କମିଶନ ଅଶୋକ ଲାଭାସାଙ୍କ ସହିତ ଆଲୋଚନା କଲାବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ