ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାର ସଂଘର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଦିନ ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ପରିଚାଳନା କରିଥିଲେ । ରାଜ୍ୟରେ ମୋଟ ୬,୭୯୮ ଗ୍ରାମପଞ୍ଚାୟତରେ ପାଖାପାଖି ୮,୮୦୧ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଡ଼ିପିଓଙ୍କ ଠାରୁ ନିଯୁକ୍ତି ପତ୍ର ପାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୫ ଘଟିିକା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କ ପରି ଯାବତୀୟ କାର୍ଯ୍ୟ କରୁଛନ୍ତି । ମାତ୍ର ଏମାନଙ୍କୁ ସାଧାରଣତଃ ସମାନ କାମକୁ ସମାନ ଦରମା ମିଳୁନାହିଁ । କେବଳ ପ୍ରଶାସନିକ ଉଦାସୀନତା ଓ ବରିଷ୍ଠ ରାଜନେତାମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ହେବ ଏହି କର୍ମଚାରୀମାନେ ଭବିଷ୍ୟତରେ ସରକାରୀ ଅନୁଦାନ ପାଇବା ଆଶାରେ ଏପର୍ଯ୍ୟନ୍ତ ପଡ଼ି ରହିଛନ୍ତି । ଏବେ ବି ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ôଚତ ଅଛନ୍ତି । ମୁଖ୍ୟତଃ ଓଡ଼ିଶା ଗ୍ରାମ ପଞ୍ଚାୟତ ରୁଲ୍ ୧୯୬୪ ମସିହାର ୧୨୩ ଧାରା ଓ ଗ୍ରାମ ପଞ୍ଚାୟତ ନିୟମ ୧୨୫ ୨୦୧୪ ମସିହା ନିୟମକୁ ତୁରନ୍ତ ସଂଶୋଧନ କରାଯାଇ ବର୍ତ୍ତମାନ ୫-ଟି ଯୋଜନା ସହ ମୋ ସରକାର ଯୋଜନା ସମୟରେ ଏହି କର୍ମଚାରୀମାନଙ୍କର ଜୀବିକା ନିର୍ବାହ ନିମନ୍ତେ ରାଜ୍ୟ ସରକାର ଶୁଭ ଦୃଷ୍ଟି ଦେଇ ଚାକିରୀକୁ ସ୍ଥାୟୀ ମାନ୍ୟତା ଦେବା ଓ ସମାନ କାମକୁ ସମାନ ଦରମା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିବା ପାଇଁ ଉକ୍ତ ସମ୍ମିଳନୀରେ ଦୃଢ ଦାବୀ କରାଯାଇଅଛି । ସଂଘ ତରଫରୁ ବହୁବାର ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରି ଆସୁଅଛି । ଅତୀତରେ ଏପରିକି ପୂର୍ବରୁ ପଞ୍ଚାୟତିରାଜ ବିଭାଗରୁ ଅର୍ଥ ବିଭାଗକୁ ଫାଇଲ୍ ଅନୁମୋଦନ ନିମନ୍ତେ ପଠାଯାଇଥିଲା । ବର୍ତ୍ତମାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଏହି କର୍ମଚାରୀମାନଙ୍କ ଉପରେ ଶୁଭଦୃଷ୍ଟି ଦେବାକୁ ନିବେଦନ କରାଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଭାପତି, ସମ୍ପାଦକ, ବ୍ଲକ ସଭାପତି, ସମ୍ପାଦକଙ୍କ ସମେତ ସଂଯୋଜକ ଓ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଶେଷରେ ସଂଘର ଉପସଭାପତି ଅର୍ଜୁନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ