ଓଡ଼ିଶା-ଝାଡ଼ଖଣ୍ଡର କଉତୁକା ସୀମାକୁ ସିଲ୍ କଲେ ସରପଞ୍ଚ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ପାଇଁ ସମଗ୍ର ବିଶ୍ବ ମାନବ ସମାଜ ଚିନ୍ତିତ ଥିବା ବେଳେ ଆମ କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ଚିନ୍ତିତ । ଏଥିପାଇଁ ଚାରିଆଡେ ଲକ୍ ଡାଉନ୍ କରାଯାଇଛି।ଓଡ଼ିଶା ସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବହୁ କଡ଼ା ପଦକ୍ଷେପ ନେଇଛନ୍ତି ।ଆଜକୁ ମାସେରୁ ଉର୍ଦ୍ଧ୍ବ ହେଲାଣି ଲକ୍ ଡାଉନ୍ । ପ୍ରବାସୀ ଓଡ଼ିଆ ଶ୍ରମିକ ବାହାର ରହି ଭୋକ ଅନାଟନ,ମାଡ଼,ଗାଳି ଖାଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।ହାତରେ କାମଧନ୍ଦା ନାହଁ କି ପକେଟରେ ପଇସା ନାହିଁ । ସମସ୍ତେ ନିଜ ଗାଁ ମୁହାଁ ହେଲେଣି । ତେଣୁ ପୋଲିସର ଲାଠି ,ଘରମାଲିକର ନାଲି ଆଖି, ଗାଁ ର ବୁଢ଼ା ବାପ ମା,ସ୍ତ୍ରୀ ଛୁଆ ପିଲା ମାନଙ୍କର ଛଳ ଛଳ ଆଖି, ଅନିଶ୍ଚିତ ଲକ୍ ଡାଉନ୍,କରୋନା ଭୟକୁ ମନେ ପକାଇ କିଏ ମାଲବାହୀ ଗାଡ଼ିରେ,କଣ୍ଟେନରେ, ଆମ୍ବୁଲାନ୍ସରେ,ଚାଲି ଚାଲି,କିଏ ସାଇକେଲରେ ,କିଏ ଜାହାଜରେ ତ କିଏ ବଣ ଜଙ୍ଗଲ ଭିତରେ ଚାଲି ଚାଲି ନିଜ ମାତୃଭୂମିକୁ ଫେରୁଛନ୍ତି ।ଏହି ଘର ବାହୁଡ଼ାଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଯେଉଁ ମାନେ ଆସୁଛନ୍ତି ସେମାନେ ଅଧିକାଂଶ କରୋନାରେ ସଂକ୍ରମିତ ହୋଇଥିବାରୁଓଡ଼ିଶା ସରକାରଙ୍କ ହୋସ ଉଡ଼ାଇ ଦେଇଛନ୍ତି । ଏହାକୁ ନେଇ ସରକାରଙ୍କ କଡ଼ା ପଦକ୍ଷେପ ନେଇଛନ୍ତି । ଭଦ୍ରକ, ବାଲେଶ୍ଵର ଓ ଯାଜପୁର ଜିଲ୍ଲାର ସଂକ୍ରମିତ ସଂଖ୍ୟା ଅଧିକ ନେଇ ସଟ୍ ଡାଉନ୍ କରିଛନ୍ତି ।ପାଖ ପଡୋଶୀ ମୟୁରଭଂଜ ଜିଲ୍ଲାର ବିଶାଳ ଭୂଖଣ୍ଡ । ବଣଜଙ୍ଗଲ ନଦୀ ନାଳ ଘେରା ମୟୂରଭଂଜ ଜିଲ୍ଲା । ମୟୂରଭଂଜ ସୀମାକୁ ଲାଗିଛି ବାଲେଶ୍ଵର,କେନ୍ଦୁଝର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୋଲିସ ବାହିନୀ ସ୍ଥଳ ପଥରେ ସିମା ଜଗିବା ବେଳେ ବନ ବିଭାଗ ତରଫରୁ ଜଙ୍ଗଲ ହିଂସା ଜଗିଛନ୍ତି ।ହେଲେ ମୟୁରଭଞ୍ଜ ଜିଲ୍ଲା ପାଇଁ ସେତିକି କଡ଼ା ସୁରକ୍ଷା ପର୍ଯ୍ୟାପ୍ତ ନୁହଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ କରୋନା ପାଇଁ ଜିଲ୍ଲାପାଳ କ୍ଷମତା ପ୍ରଦାନ କଲାପରେ ସରପଞ୍ଚ ମାନେ ଉତ୍ସାହିତ ହେବାସହ କରୋନାକୁ- ନା-କରିବା ପାଇଁ ସେମାନେ ଯୋଦ୍ଧା ହୋଇ ଆଗକୁ ବାହାରିବା ଦେଖିବାକୁ ମିଳୁଛି ।ସେମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ,ମାସ୍କ ପିନ୍ଧାଇବା,ଘରୁ ନ ବାହାରିବା, ସାମାଜିକ ଦୂରତ୍ବ ରଖିବା,ଗରିବ ଲୋକମାନଙ୍କ ନିକଟତର ହୋଇ ସେମାନଙ୍କ ଦୁଃଖ ବୁଝି ସମାଧାନ କରୁଛନ୍ତି । ପ୍ରବାସୀ ଗାଁ ଲୋକେ ଆଗକୁ ଫେରିବାକୁ ହେଲେ ସରକାର ନିୟମ ଅନୁସାରେ ନାମ ପଂଜୀକରଣ କରିବାସହ ଆଇସୋଲେସନରେ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ସୁସ୍ଥ ହେବାକୁ ପରାମର୍ଶ ଦେଉଛନ୍ତି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର କାଉତୁଆ ଗ୍ରାମ ଓଡ଼ିଶାର ଶେଷ ସିମା ।ଏହା ବଣ ପାହାଡ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳ ।ଏହାକୁ ଲାଗି ପଡୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଥିବା ପ୍ରବାସୀ ଓଡିଆମାନେ ଲୁଚିକରି ଏହି ଗଳା ରାସ୍ତାରେ ପଶିଆସି ଘରକୁ ଫେରୁଛନ୍ତି । ଏହାକୁ ଉପଲବ୍ଧ କରି ସମାଜସେବୀ ସୁଦର୍ଶନପୁର ପଞ୍ଚାୟତର ଦକ୍ଷ ଯୁବ ସରପଞ୍ଚ ଜ୍ଞାନ ରଂଜନ ହେମ୍ବ୍ରମ , ସମିତି ସଭ୍ୟ ଅଂଜନ ମଣ୍ଡଳ, ଗୋରୁମହିଷାଣୀ ପୋଲିସ ଏବଂ କାଉତୁଆ ଗ୍ରାମବାସୀ ମିଳିତ ପ୍ରଚେଷ୍ଟାରେ ଶନିବାର ଦିନ ସିମା ସିଲ୍ କରି ଦେଇଛନ୍ତି ।ତଦସହ କାଉତୁଆ ଗ୍ରାମବାସୀ ପାଳିକରି ସିମାକୁ ଜଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରପଞ୍ଚ ଜ୍ଞାନ ଭାଇ କରୋନା ଯୋଦ୍ଧା ହୋଇ ଅଂଚଳବାସି ଯଥା ଶତ ପ୍ରତିଶତ ଆଦିବାସୀ ଭାଇଭଉଣୀଙ୍କୁ ସଚେତନ କରାଇବା, ଦୁଃଖ ବୁଝିବା,ସିମା ପ୍ରତି କଡ଼ା ନଜର ରଖିବା ପଦକ୍ଷେପକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।
Good attempt dear sarpanch sir