ଓଡ଼ିଶା ଟ୍ରକ ମାଲିକ ସଂଘର ଜରୁରୀକାଳୀନ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଟ୍ରକ ମାଲିକ ମହାସଂଘର ଏକ ଜରୁରୀକାଳୀନ ବୈଠକ ଖାରବେଳ ନଗରସ୍ଥିତ ଟାଟା ମୋଟର ଫାଇନାନ୍ସ ଅଫିସ୍‌ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଟ୍ରକ ମାଲିକ ସଂଘର ରାଜ୍ୟ ସଭାପତି ଶ୍ରୀ ପୁରଞ୍ଜନ ପାଢୀଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଟ୍ରକ ମାଲିକମାନେ ଆସି ଟାଟା ଫାଇନାନ୍ସ ସହ ଋଣ ଆଦାୟରେ କୋହଳ ନୀତି ଅବଲମ୍ବନ କରିବା ଏବଂ ଋଣ ପରିଶୋଧ ପାଇଁ ଆଉ କିଛି ଅଧିକ ସମୟ ଦେବା ପାଇଁ ଦାବି କରିଥିଲେ । ଟାଟା ଫାଇନାନ୍ସର ଜୋନାଲ ବ୍ରାଞ୍ଚ ମ୍ୟାନେଜର ସମ୍ବିତ ବାବୁ ଟ୍ରକ ମାଲିକ ସଂଘର ଅସୁବିଧା ବିଷୟରେ ସବୁ ଶୁଣି କିଛି ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଗକୁ କିଛି ଋଣ ପରିଶୋଧ କଲେ ମାଲିକମାନଙ୍କ ଗାଡ଼ିକୁ ଆଉ କମ୍ପାନୀ ଭିଡ଼ିବ ନାହିଁ ବୋଲି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶତାଧିକ ଟ୍ରକ ମାଲିକମାନେ ଗୋଟିଏ କଥା ଦୋହରାଇଥିଲେ ଯେ, କୋଭିଡ଼ କଟକଣା ଯୋଗୁ ସେମାନଙ୍କ ଗାଡିଗୁଡ଼ିକ ପାଖାପାଖି ଦୁଇବର୍ଷ ଧରି ପଡ଼ି ରହିଥିବାରୁ ବହୁ କଷ୍ଟ ସହିି ଆସୁଥିବାରୁ ଋଣ ପରିଶୋଧ ପାଇଁ କିଛି ସମସ୍ୟା ସୃଷ୍ଟି ହୋଇଥିବାରୁ ତାହାରି ଉପରେ ସୁବିଚାର କରିବା ପାଇଁ ଟ୍ରକ ମାଲିକ ସଂଘର ଉପସଭାପତି ସୁନିତା ରାୟ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ