ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ନୂତନ ଶାଖା ଗଠନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଏକ ନୂତନ ଶାଖା  ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ମଞ୍ଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଜଗବନ୍ଧୁ ଷଡ଼ଙ୍ଗୀ ଓ ସହ ସମ୍ପାଦକ ଲାୟନ କ୍ଷୀତିଶ ଚନ୍ଦ୍ର ପାଲଟାସିଂହ ଉପସ୍ଥିତ ଥିଲେ । ଏହି ସଭାରେ ନିମ୍ନୋକ୍ତମତେ ଶାଖାର କର୍ମକର୍ତ୍ତା ଭାବେ ସଭାପତି ରବୀନ୍ଦ୍ର ପଟ୍ଟନାୟକ, ଉପସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସମ୍ପାଦକ ବଂଶୀଧର ବେହେରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ବୈଠକରେ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ଅଞ୍ଚଳକୁ ଦୁର୍ନୀତିମୁକ୍ତ କରାଯିବା ପାଇଁ ଏହି ଶାଖା କାର୍ଯ୍ୟ କରିବ ଓ ଜନସାଧାରଣଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ ସହଯୋଗ କରିବ । ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଭୁବନେଶ୍ୱରର ୮ମ ବାର୍ଷକ ସଭା ଆସନ୍ତା ଡ଼ିସେମ୍ବର ୨୮ ତାରିଖ ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥ ରେଡ଼କ୍ରସ ସଭାକକ୍ଷରେ ଅନୁଷ୍ଠିତ ହେବ । ଏଥିରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ଯୋଗ ଦେବାକୁ ସାଧାରଣ ସମ୍ପାଦକ ଡଃ ଜଗବନ୍ଧୁ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ