ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭ୍ୟମାନେ ଭୁବନେଶ୍ୱର ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇ ଉତ୍କଳ ଦିବସ ପାଳନ କରିଥିଲେ । ଏହି ଅବସରରେ ଉତ୍କଳ ସମ୍ମିଳନୀ ମଦ ବିରୋଧୀ ଆନ୍ଦୋଳନର ସଭ୍ୟମାନେ ମଧ୍ୟ ମଞ୍ଚର ସଭ୍ୟମାନଙ୍କ ସହ ସମ୍ମିଳିତ ହୋଇ ନୂତନ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ନିଭାଇଥିବା ଓ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ଜଣାଇଥିଲେ । ପରେ ଉତ୍କଳ ସମ୍ମିଳନୀର ସଭ୍ୟମାନେ ଓ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭ୍ୟମାନେ ଉତ୍କଳ ସମ୍ମିଳନୀ ଅଫିସ୍ ଗୃହରେ ଏକ ବୈଠକରେ ବସି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ବରପୁତ୍ରଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ସଭ୍ୟ ଡକ୍ଟର ପ୍ରମୋଦିନୀ ହୋତା, ବାସନ୍ତୀ ସିଂ, ଡକ୍ଟର ଜଗବନ୍ଧୁ ଷଡ଼ଙ୍ଗୀ, ଓଡ଼ିଶା ଦୁର୍ନତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ନନ୍ଦନନ୍ଦନ ଦାସ, ଉପାସନା ରାଓ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଷିତୀଶ ପାଲଟାସିଂ, କାମିନୀ ମୋହନ ସାମନ୍ତରାୟ, ଡ଼କ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଶକୁନ୍ତଳା ଓଝା, ଇଂ ଏନ୍‌.ବି. ଚୌଧୁରୀ, ରାଧାଶ୍ୟାମ ଭୂୟାଁ, ରାକେଶ କୁମାର ସାହୁ, ସତ୍ୟଜିତ ନାୟକ, ବାସନ୍ତୀ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ । ଆସନ୍ତା ଏପ୍ରିଲ ୧୧ ତାରିଖ ଦିନ ସକାଳ ୧୦ ଘଟିକା ସମୟରେ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଭୁବନେଶ୍ୱର ଶାଖାର ଏକ ଅନୌପଚାରିକ ବୈଠକ ବସିବା ପାଇଁ ମଧ୍ୟ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ