ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ୱର ଶାଖାର ବୈଠକ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଶୋକ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲାର ବିଭିନ୍ନ ବ୍ଲକ ଶାଖା କର୍ମକର୍ତ୍ତାମାନେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଜଣେ ଉପଦେଷ୍ଟା ମନୋନୀତ କରାଯାଇଛି । ଆରଟିଆଇ ଜରିଆରେ ତଥ୍ୟ ସଂଗ୍ରହ ଉପରେ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଜ୍ଞାନାନନ୍ଦ ମିଶ୍ର, ନାମଦେବ କମିଳାଙ୍କୁ ଦାୟିତ୍ୱ ଅର୍ପଣ କରାଯାଛି । ବୈଠକରେ ସମ୍ପାଦକ ମହେଶ୍ୱର ପ୍ରଧାନ ବିବରଣୀ ଆଗାମୀ କାର୍ଯ୍ୟପନ୍ଥା ସମ୍ପକିତ ତଥ୍ୟ ଉପସ୍ଥାପନ କରିଥିଷଲ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ରାଉଳ, ସୁରେଶ ରଣା, ଅମୂଲ୍ୟ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଦୀପ କୁମାର ରଣା, ତ୍ରିଲୋଚନ ପ୍ରଧାନ, ଭରତ ଲାକ୍ରା ପ୍ରମୁଖ ଏଥିରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ