ଓଡ଼ିଶା ନାଗରିକ ସମାଜ ତରଫରୁ ଆଲୋଚନା ଚକ୍ର
ଭୁବନେଶ୍ୱର, ୨୬.୧୦ : ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ଓଡ଼ିଶା ନାଗରିକ ସମାଜ ଓ ସାଧୁସନ୍ଥ ପ୍ରତିନିଧିଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ଆବାହକ ପୂର୍ବତନ ରାଷ୍ଟ୍ରଦୂତ ଡ. ଅବସର ବେଉରିଆ ମୁଖ୍ୟ ବକ୍ତା ତଥା ମୁଖ୍ୟ ଅତିଥି ଭାବରେ ସଭା ପରିଚାଳନା କରି ସରଗର୍ଭକ ଭାଷଣ ଦେଇଥିଲେ । ସହ ସଂଯୋଜକ କମଳାକାନ୍ତ ପତି ସୁଦୂର ଜର୍ମାନ ଓ ଆମେରିକାରୁ ଡ଼କ୍ଟର ରାଜେନ୍ଦ୍ର ନାରାୟଣ ଦାଶ ଓ ଡ଼କ୍ଟର ଭଗବାନ ପ୍ରକାଶଙ୍କ ବାର୍ତ୍ତା ଓ ମତାମତକୁ ଉପସ୍ଥାପନ କରିଥିଲେ । ନାଗରିକ ସମାଜର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀନିବାସ ମହାନ୍ତି (ବରିଷ୍ଠ ଆଡ଼ଭୋକେଟ) ମଞ୍ଚର ଉଦ୍ଦେଶ୍ୟ ସହ ପୂର୍ବ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂ ଲଳିତ ମୋହନ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି ଏବଂ ଉପଦେଷ୍ଟା ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି ଗଠନ ଉପଯୋଗୀ ପ୍ରସ୍ତାବ ଯଥା ସବୁ ଥାଇ ଓଡ଼ିଶା କାହିଁକି ପଛାଉଛି, ସେଥିପାଇଁ ସରକାରଙ୍କ ସଚିବ ସହ ସିଭିଲ୍ ସୋସାଇଟିର ପ୍ରତିନିଧି ଧାରାବାହିକ ଭାବରେ ବସି ଯାହାକି ବସି ଯାହା ଆଲୋଚନା କରିବେ ତାକୁ ମିଡ଼ିଆବାଲା ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଇଲେ ଅଚିରେ ସମସ୍ୟା ସମାଧାନ ହେବ ବୋଲି ଦର୍ଶାଇଥିଲେ ।