ଓଡ଼ିଶା ପିରୋଡ଼ିକାଲ ନ୍ୟୁଜପେପର୍ସ ଆସୋସିଏସନ ପକ୍ଷରୁ କୋଭିଡ଼ ସଚେତନତା ଓ ବୃକ୍ଷରୋପଣ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡ଼ିଶା ପିରୋଡ଼ିକାଲ ନ୍ୟୁଜପେପର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ୱରର ବଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ଅନୁଷ୍ଠାନର ସଭାପତି ଡଃ ଜିମୁତ ମଙ୍ଗରାଜଙ୍କ ନେତୃତ୍ୱରେ ଆସୋସିଏସନର ବିଭିନ୍ନ କର୍ମକର୍ତ୍ତା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବୃକ୍ଷରୋପଣ କରାଯିବା ସ୍ଥାନରେ ପଥପ୍ରାନ୍ତ ସଭା କରାଯାଇ ‘ବୃକ୍ଷ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ’ ସ୍ଲୋଗାନ ଦିଆଯାଇଥିଲା । ଏଥିରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଆସୋସିଏସନର ଉପସଭାପତି ବିଜୟ କୁମାର ପଣ୍ଡା, ବିବେକାନନ୍ଦ ଦାଶ, ସୁରଥ ଦାସ, ଡ. ସୁନୀତି ମୁଣ୍ଡ, ସାଧାରଣ ସମ୍ପାଦକ ହୃଷିକେଶ ମହାନ୍ତି, ଯୁଗ୍ମ ସମ୍ପାଦିକା ରୀନା ଗଡ଼ନାୟକ, ବ୍ରହ୍ମିପ୍ରିୟା ସାମନ୍ତରାୟ ଏବଂ ସାଂଗଠନିକ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସଞ୍ଜୀବ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ