ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ର୍ନିଦ୍ବନ୍ଦରେ ଆସନ ଅଳଙ୍କୃତ କରିଥିବାରୁ ବିପୁଳ ସମ୍ବର୍ଦ୍ଧନା ବିକ୍ରମ କେଶରୀ ଆରୁଖଙ୍କୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ନିର୍ବାଚନ ମଣ୍ଡଳୀର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ସାମ୍ବାଧାନିକ କ୍ଷେତ୍ରରେ ସର୍ବୋରଚ୍ଚ ଗାରୀମା ପଦ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ର୍ନିଦ୍ବନ୍ଦରେ ଆସନ ଅଳଙ୍କୃତ କରିଥିବାରୁ ଆଜି ଭଞ୍ଜନଗର ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳ ସମୟରେ ସେ ଭଞ୍ଜନଗର ଗସ୍ତରେ ଆସିବା ସମୟରେ ପ୍ରଥମେ ଶରଣକୂଳ ଲଡୁବାବା ଦର୍ଶନ ସହ ଓଡଗାଁ ରଘୁନାଥ ସ୍ୱାମୀଙ୍କ ଦର୍ଶନ ପରେ ଜଗନ୍ନାଥପ୍ରସାଦ ବ୍ଳକ୍ କୁମ୍ପାପଡା ଠାରେ ପହଞ୍ଚିଥିଲେ। ସେଠାରେ ରାସ୍ତାରେ ଥିବା ବିଭିନ୍ନ ଗାଁ ଛକ ଠାରେ ଶତାଧିକ ପୁରଷ ଓ ମହିଳା ପୁଷ୍ପମାଲ୍ୟ ଓ ଫୁଲତୋଡା ନେଇ ଘଣ୍ଟ କିର୍ତ୍ତନ ସହ ଅପେକ୍ଷା କରିଥିଲେ । ଶ୍ରୀ ଆରୁଖ ବିଭିନ୍ନ ଛକ ଠାରେ ଓହ୍ଲାଇବା ପରେ ତାଙ୍କୁ ସମ୍ବର୍ଦ୍ଧିନା ଦିଆଯାଉଥିଲା। ବିଭିନ୍ନ ସ୍ଥାନରେ ଶୁଭେଚ୍ଛା ଜଣାଇ ସୁଉଚ୍ଚ ତୋରଣ ତିଆରି କରାଯାଇଥିଲା । ଭଞ୍ଜନଗରରେ ପହଞ୍ଚିବା ପରେ ବେଲଗୁଣ୍ଠା ରୋଡ ଠାରୁ ପାଛୋଟି ଆଣି ଉତ୍କଳମଣି ଗୋପବନ୍ଧୁ ଦାସ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସଂନ୍ଧ୍ୟାରେ ବଳଭଦ୍ର ଆରୁଖ କୃଷକ ବଜାର ପଡିଆ ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସହରର ବିଭିନ୍ନ ସଂଗଠନ, ଅନୁଷ୍ଠାନ, ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ନାଗରିକ ମଞ୍ଚ,କେଏସ୍ୟୁବି ଏବଂ ସାବିତ୍ରୀ ମହିଳା ମହା ବିଦ୍ୟାଳୟ, ବିଶ୍ବ ଜନନୀ କଳା ପରିଷଦ, ପ୍ରେସ୍ କ୍ଳବ୍, ରୋଟାରୀ କ୍ଳବ୍, ବିଡେକା, ଘରୋଇ ବସ୍ ମାଲିକ ସଂଘ, ଅଲ୍ଓଷ୍ଟା, ବଣିକ ସଂଘ, ଚାମ୍ବର ଅଫ୍ କମର୍ସ, ଅଟୋ ଚାଳକ ସଂଘ, ସାଇଗୁରୁକୁଳ ବିଦ୍ୟାଳୟ, ଅବସର ପ୍ରାପ୍ତ କର୍ମଚାରୀ ସଂଘ, କଳା ଓ ସଂସ୍କୃତି ସଂଘ ସମେତ ଭଞ୍ଜନଗର ଏନ୍ଏସି, କାଉନ୍ସିଲର,ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।


