ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଅବସରରେ ଆଲୋଚନା ଚକ୍ର ଓ ଜନସଚେତନତା 

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଆଜକୁ ୨୧ ବର୍ଷ ବିତିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଭଳି ସ୍ଥଳେ ଟିକାବାଲି ବ୍ଲକର ବିଭିନ୍ନ ଅଂଚଳରେ ଏନେଇ ଆଲୋଚନା ଚକ୍ର ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଶେଷ କରି ବିଭିନ୍ନ ସମୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ସବୁର ସାମ୍ନା କରିବା ନିମନ୍ତେ କିଭଳି ଭାବରେ ନିଜେ ଓ ନିଜ ଅଂଚଳକୁ ପ୍ରସ୍ତୁତି କରାଯାଇପାରିବ ଓ ସରକାରଙ୍କ ପରାମର୍ଶକୁ ପାଳନ କରିବା ଏବଂ ନିଜ ଧନ ଜୀବନକୁ ସୁରକ୍ଷିତ କରିପାରିବା ସେଥି ନିମନ୍ତେ ଆଲୋଚନା କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ପାବୁରିଆ ସ୍ଥିତ ସ୍ୱାତୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବହୁ ସ୍ୱେଚ୍ଛାସେବୀ ମାନଙ୍କୁ ସାମିଲ୍ କରି ସେମାନଙ୍କୁ ସଚେତନ କରି ସେମାନଙ୍କ ମାଧ୍ୟମରେ ଜନସଚେତନତା କରିବା ନିମନ୍ତେ ପ୍ରୟାସ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତ ପ୍ରାକୃତିକ ବିପର୍ଯ୍ୟୟରେ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ ସ୍ତରରେ ଆୟୋଜିତ ଲୋକସଚେତନତା କାର୍ଯ୍ୟକ୍ରମରେ ପ୍ରଭଞ୍ଜନ କହଁର, ମାଳତୀ ପ୍ରଧାନ, ଗାୟତ୍ରୀ ମହାରଣା, ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ