ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର : ସ୍ୱତନ୍ତ୍ର ଜରୁରୀ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗତ ରବିବାର ଦିନ ଓୟୁଏଟି ଇଞ୍ଜିନିୟରିଂ କଲେଜ ସଭାଗୃହରେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ କର୍ମଚାରୀମାନଙ୍କ ଏକ ସ୍ୱତନ୍ତ୍ର ଜରୁରୀ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବା ସହିତ ନୂତନ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ରାଜ୍ୟରେ କୃଷି ବିଭାଗ ଅଧୀନରେ ଓୟୁଏଟି, ସଂସ୍କୃତି ବିଭାଗ ଅଧୀନରେ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ବିଭାଗ ଅଧିନରେ ବିପିୟୁଟି ଭଳି ଇଞ୍ଜିନିୟିରିଂ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବହୁ ବିଶ୍ୱବିଦ୍ୟାଳୟ ଆସୁଥିବାରୁ ସେସବୁ ଜାଗାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଭିନ୍ନ ଭିନ୍ନ ବିଭାଗର ନୀତିନିୟମରେ ବନ୍ଧା ହୋଇଛନ୍ତି । ଫଳରେ ସେମାନଙ୍କ ଦାବି ସମସ୍ୟା ପ୍ରତି ବିଭାଗ ଗୁଡ଼ିକ ବିଚାର କରିବାରେ ଟାଳଟୁଳ ନୀତି ଆପଣାଉଥିବାରୁ ସବୁ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଏକାଠି ହୋଇ କମନ କ୍ୟାଡ଼ର ରୁଲ୍ ପ୍ରଚଳନ ପାଇଁ ବୈଠକରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁରେନ୍ଦ୍ର ସ୍ୱାଇଁ, ମହାସଂଘର ସଭାପତି ସାରଦା ମହାନ୍ତି, ମୁଖ୍ୟ ଉପଦେଷ୍ଟା ଚିନ୍ତାମଣି ମିଶ୍ର ପ୍ରମୁଖ ଯୋଗ ଦେଇ କର୍ମଚାରୀମାନଙ୍କ ଏକତା, ସମସ୍ୟା ଏବଂ ସରକାରଙ୍କ ନୀତି ନିଷ୍ପତ୍ତି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଦୁର୍ଗାଚରଣ ହୋତା ବାର୍ଷିକ ବିବରଣୀ ପାଠ କରିଥିଲେ । ଆଲୋଚନାରେ ମୁଖ୍ୟତଃ ସ୍ଥାନ ପାଇଥିବା କର୍ମଚାରୀମାନଙ୍କ ଦାବି ଗୁଡ଼ିକ ହେଲା (୧) ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା (୨) ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା (୩) ସମସ୍ତ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ କମନ୍ କ୍ୟାଡ଼ର ରୁଲ୍ ଅଧୀନକୁ ନେବା (୪) ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବା (୫) ରାଜ୍ୟ ସରକାରୀ କର୍ମଚାରୀଙ୍କ ପ୍ରତି ଲାଗୁଥିବା ନୀତିନିୟମକୁ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ କରିବା । ପରେ ପରେ ନୂତନ କର୍ମକର୍ତ୍ତା ପାଇଁ ଯେଉଁ ନିର୍ବାଚନ ହୋଇଥିଲା ତାହାର ଫଳାଫଳ ପ୍ରକାଶ ପାଇବା ପରେ ଓୟୁଏଟି ବିଶ୍ୱବିଦ୍ୟାଳୟର ରନ କୁମାର ସାମନ୍ତରାୟ ମହାସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ ଅଜୟ କୁମାର ରଥ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ମୁରଲୀଧର ପାଣିଗ୍ରାହୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଦୀପ କୁମାର, ଭିସୁଟ୍‌ର କର୍ମଚାରୀ ସୁବୋଧ କୁମାର ପଣ୍ଡା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉତ୍କଳ ବିଶ୍ୱିଦ୍ୟାଳୟ ଚିନ୍ତାମଣି ମିଶ୍ର ମୁଖ୍ୟ ଉପଦେଷ୍ଟା ଭାବେ ମହାସଂଘର ଦାୟିତ୍ୱ ତୁଲାଉଥିବା ବେଳେ ଓୟୁଏଟିର ବସନ୍ତ କୁମାର ବରାଳ, ଉତ୍କଳ ବିଶ୍ୱବିଦ୍ୟାଳୟର ଅଭୟ କୁମାର ବାରିକ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ