ଓଡ଼ିଶା ବୀର ବକ୍ସି ଜଗବନ୍ଧୁଙ୍କ ଉପରେ ଧାରାବାହିକ ‘ବିଦ୍ରୋହୀ’

ମୁମ୍ବାଇ: ୧୮୧୭ରେ ଓଡ଼ିଶାରେ ‘ବ୍ରିଟିସ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନି’ ବିରୋଧରେ ହୋଇଥିବା ବିଦ୍ରୋହକୁ ଆଧାର କରି ‘ଷ୍ଟାର୍‌ ପ୍ଲସ୍‌’ ଟିଭି ଚାନେଲ୍‌ ‘ବିଦ୍ରୋହୀ’ ଶୀର୍ଷକ ନୂଆ ଧାରାବାହିକ ପ୍ରସାରଣ କରିବ। ‘କଥା ପ୍ରଡକ୍‌ସନ୍‌’ର ପ୍ରଯୋଜନାରେ ନିର୍ମିତ ହେଉଥିବା ବ୍ରିଟିସ୍‌ ଅମଳର ଏହି କାହାଣୀ ଦର୍ଶକମାନଙ୍କୁ ଓଡ଼ିଶରେ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳର ଘଟଣାବଳୀକୁ ଉଜାଗର କରିବ ବୋଲି ମନେହୁଏ। ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍‌ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ଉପରେ ବିଦ୍ରୋହୀର କଥାବସ୍ତୁ ଆଧାରିତ। ଖୁବ୍‌ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ଓଡ଼ିଶାର ତତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ