ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, : ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟକାରିଣୀ କମିଟି ବୈଠକ ପୁରୁଣା ଭୁବନେଶ୍ୱରସ୍ଥିତ ବି.ଏମ୍.ସି. ଜିମ୍ ବଉଳଗଡ଼ି ସଭାଗୃହରେ ଓଡ଼ିଶା ବଡ଼ି ବିଲ୍ଡ଼ିଙ୍ଗ ଆସୋସିଏସନର କାର୍ଯ୍ୟନିର୍ବାହୀ ସଭାପତି ବାବୁଲି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ସହ ଅନୁବନ୍ଧିତ ପ୍ରତ୍ୟକ ଜିଲ୍ଲାର କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୨୦୨୦ ମସିହା ସ୍ପୋର୍ଟସ କ୍ୟାଲେଣ୍ଡର ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ସିନିୟର ଷ୍ଟେଟ ବଡ଼ି ବିଲ୍ଡ଼ିଙ୍ଗ ଚମ୍ପିୟନସିପ ‘ମିଷ୍ଟର ଓଡ଼ିଶା-୨୦୨୦’ ୧୦ମ ଇଷ୍ଟର୍ଣ୍ଣ ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା-୨୦୨୦, ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତଯୋଗିତା ‘ଫେଡ଼େରେସନ କପ୍-୨୦୨୦ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବିଶେଷକରି ୧୦ମ ଇଷ୍ଟର୍ଣ୍ଣ ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା-୨୦୨୦ ଏବଂ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ଫେଡ଼େରେସନ କପ୍-୨୦୨୦’ ଭୁବନେଶ୍ୱରରେ ଅନୁଷ୍ଠିତ ହେବା ନେଇ ସଭାରେ ସମସ୍ତ ସଭ୍ୟଙ୍କ ମତାମତକୁ ନେଇ ସ୍ଥିର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ