ଓଡ଼ିଶା ମାଧ୍ୟାମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଂଜାମ ଜିଲ୍ଲା ଶାଖାର ୨୭ତମ ବାର୍ଷିକ ସମ୍ମିଳନୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ମାଧ୍ୟାମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଂଜାମ ଜିଲ୍ଲା ଶାଖାର ୨୭ତମ ବାର୍ଷିକ ସମ୍ମିଳନୀ ଉତ୍ସବ ଶନିବାର ଓ ରବିବାର ୨ ଦିନ ଧରି ହିଂଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଏକ ସାଙ୍ଗଠନିକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ୈଠକରେ ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । ୨ୟ ଦିବସ ରବିବାର ପ୍ରଥମ ପର୍ଯ୍ୟାୟରେ ସାମ୍ବିଧାନିକ ସମ୍ମିଳନୀ ସହ ମହୋତ୍ସବର ଉଦଘାଟନ ହୋଇଥିଲା । ଜିଲ୍ଲା ସଭାପତି ଏ. ସନ୍ୟାସି ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟକ୍ତା ଭାବେ କନିଷି ବାଲାଜୀ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ମୃତ୍ୟୁଂଜୟ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସଂସ୍କୃତ ଶିକ୍ଷା ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପ୍ରଧାନ, ଜି.ଟି, ଉଚ୍ଚ ବିଦ୍ୟାଳୟ, ବେଲଗୁଣ୍ଠାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢି, ରାଜ୍ୟ ପ୍ରତିନିଧି ନଗେନ୍ଦ୍ର ନାୟକ, ରାଜ୍ୟ ସଭାପତି ନିରଂଜନ ଶାସନି ଓ ଜିଲ୍ଲା ଉପଦେଷ୍ଟା ବୃନ୍ଦାବନ ସାହୁ ପ୍ରମୁଖ ମଂଚାସିନ ଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଉଦଯାପନି ଉତ୍ସବରେ ଜିଲ୍ଲା ସଭାପତି ଏ. ସନ୍ୟାସି ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଶିକ୍ଷାର ଗୁଣାତ୍ମକ ବିକାଶରେ ବିଦ୍ୟାଳୟ କର୍ମଚାରୀଙ୍କ ଭୂମିକା ନେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହିଂଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଜିଲ୍ଲା ଉପଦେଷ୍ଟା ବୃନ୍ଦାବନ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ମଂଚାସିନ ଥିଲେ । ଛାତ୍ରୀ ମାନଙ୍କଦ୍ୱାରା ସ୍ୱାଗତ ଗୀତିକା ଗାନ କରାଯିବା ପରେ ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ମଲ୍ଲିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ପଣ୍ଡା, ୨୦୧୮-୧୯ ଶିକ୍ଷାବର୍ଷରେ ଅବସର ଗ୍ରହଣ କରିଥିବା ଗଂଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପିଅନ ଓ କିରାଣୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୦୧୮-୧୯ ଶିକ୍ଷାବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଗଂଜାମ ଜିଲ୍ଲାର ପ୍ରଥମ ଟପ୍ପର ଅମନ ପାଣିଗ୍ରାହୀ, ଗାୟତ୍ରୀ ପାଢି, ଅଭିଲିପ୍ସା ପାଣିଗ୍ରାହୀ ଓ ୨ୟ ଟପ୍ପର ଅଭିନାଶ ପାଣିଗ୍ରାହୀ ଓ ଦୁର୍ଗା ପ୍ରସାଦ ଦାଶଙ୍କୁ ମାନପତ୍ର ଓ ଉପଢୈକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ କିରାଣୀ ମଧୂସୁଦନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କିରାଣୀ ସୁମିତ୍ରା ବିଶ୍ୱାଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ