ଓଡ଼ିଶା ମେଡିକାଲ କର୍ମ·ରୀ ସଂଘପକ୍ଷରୁ ସ୍ୱାଧୀନତା ଦିବସ
ବ୍ରହ୍ମପୁର : ଓଡ଼ିଶା ମେଡିକାଲ କର୍ମ·ରୀ ସଂଘ ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ “ବିଶ୍ୱନାଥ ପଣ୍ଡିତ ଭବନ’ ସଂଘ କାଯର୍ୟାଳୟରେ ପାଳିତ ହେ ।ଇଯାଇଛି । ସଂଘର ବରିଷ୍ଠ ଉପଦେଷ୍ଟା ତଥା ନବୀନର ସମ୍ପାଦକ ରବି ରଥ ପତାକା ଉତ୍ତେ ।ଳନ କରି ସ୍ୱାଧିନତା ଦିବସର ତାତ୍ପଯର୍ୟ ନେଇ ଅ ।ଲେ ।କପାତ କରିବା ସହ ଦେଶର ଏକତା, ଅଖଣ୍ଡତା ସୁରକ୍ଷା ଉପରେ ଗୁରୁତ୍ୱାରେ ।ପ କରିଥିଲେ । ସାମାଜିକ ନ୍ୟାୟ ପ୍ରଦାନ ଏବଂ ଜାତିଗତ ସଂଘର୍ଷ ମଧ୍ୟ ଅ ।ଜି ଭଳି ଦିନରେ ଲାଗି ରହିଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ଉପସଭାପତି ସୁକାନ୍ତ ମୁଖୀ, ସମ୍ପାଦକ ଲାଲୁ ମେ ।ହନ ବେହେରା, ଯୁଗ୍ମ ସମ୍ପାଦକ ଏସ. ଅଜିତ କୁମାର ପାତ୍ର, କେଶବ ନାୟକ, ରବି ନାରାୟଣ ବେହେରା, ଚନ୍ଦ୍ରୁ ପାତ୍ର, ରାଜୁ ଚିନ୍ନା, ସୀମାଞ୍ଚଳ ପଣ୍ଡା, ଘନ ନାୟକ, ବାବୁଲା ସେଠୀ, ଗଣେଶ ପଟ୍ଟନାୟକଙ୍କ ସମେତ ବହୁ କର୍ମ·ରୀ ଓ ସୁକ୍ୟୁରିଟ୍ ଗାଡ ଉପସ୍ଥିତ ଥିଲେ ।


