ଓଡ଼ିଶା ମୋ ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର
ଯୋଡ଼ା, (ସମୀର କୁମାର ଦାସ ): ଯୋଡା଼ ବ୍ଲକ ଅନ୍ତର୍ଗତ ବଲାଣିଠାରେ ଆଜି ଦିନ ୧୦ ଘଟିକା ସମୟରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ମହିଳା ମୋର୍ଚ୍ଚା ସଭାନେତ୍ରୀ ରମଣୀ ନାଏକ, ସମ୍ମାନୀତ ଅତିଥିଭାବେ ଜିଲା ବିଜେଡି ସଭାପତି ମାଧବ ସର୍ଦାର,ଓଡିଶା ମୋ ପରିବାରର ଜିଲା ସଭାପତି ଦେବାଶିଷ ସାହୁ , ଜିଲ୍ଳା ସଂଯୋଜକ ପ୍ରଦିପ କୁମାର ସାହୁ ସମ୍ମେତ ପୂର୍ବତନ ବିଜେଡି ଜିଲ୍ଳା ସଭାପତି ଆଶିଷ ଚକ୍ରବର୍ତି, ବଡବିଲର ବରିଷ୍ଠ ବିଜେଡି ନେତା ବିଜୟ ମହାନ୍ତି, ଜିଲ୍ଳା ପରିଷଦ ସଭ୍ୟା ଜୟନ୍ତି ବାନାରା, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ପୀତବାସ ମହାକୁଡ, ଯୋଡା ବ୍ଳକର ପୂର୍ବତନ ଅଧ୍ୟକ୍ଷ କବିନ୍ଦ୍ର ନାଏକ, ଗିରିଧାରୀ ନାଏକ, ଚମ୍ପୁଆର ବିଜେଡି ନେତା ଗିରିଜା ଶଙ୍କର ସାହୁ, ସୁବାଶ ରାମ, ରିଙ୍କୁ ବେହେରା , ରାମ ପତି ପ୍ରମୁଖ ଉପସ୍ଥିତ ଥିଲେ । । ଜିଲା ବିଜେଡି ବରିଷ୍ଠ ଉପସଭାପତି କୁଶ ଆପଟ୍ଟଙ୍କ ମୁଖ୍ୟ ପରିଚାଳନାରେ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ଏହି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଓଡିଶା ବ୍ଳଡ ବ୍ୟାଙ୍କ ର କେନ୍ଦୁଝର ଶାଖା ପକ୍ଷରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଚନ୍ଦନ କୁମାର ବାରିକ, ଅକ୍ଷୟ କୁମାର ସାହୁ, ହେମରଞନ ମହାନ୍ତ, ଶଙ୍କର୍ଷଣ ନାଏକ, ମୋନାଲିସା ପୁହାଣ, ଭାଗିରଥି ମହାକୁଡ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାତା ମାନଙ୍କୁ ଶିବିରରେ ବିଭିନ୍ନ ଫଳଗଛ ଚାରା ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଉକ୍ତ ସେଛାକୃତ ରକ୍ତଦାନ ଶିବିରରେ ବଲାଣିର ଭିନ୍ନକ୍ଷମ ଯୁବକ ଚନ୍ଦ୍ରମୋହନ କେରାଇ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ।