ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ
ଭୁବନେଶ୍ୱର, : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ଦ୍ୱିବାର୍ଷିକୀ ନିର୍ବାଚନ ଗତ ୧୭ ତାରିଖରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ମନୋଜ କୁମାର ମହାନ୍ତି-ସଭାପତି, ବାବାଜି ଚରଣ ପ୍ରତିହାରୀ-ଉପସଭାପତି, ପ୍ରସନ୍ନ କୁମାର ଦାସ-ସାଧାରଣ ସମ୍ପାଦକ, ମହାଦେବ ପଢିହାରୀ-ଯୁଗ୍ମ ସମ୍ପାଦକ, ବିଚିତ୍ର କୁମାର ଜେନା-କୋଷାଧ୍ୟକ୍ଷ ଓ ଅରବିନ୍ଦ ଘୋଷ, କୈଳାସ ଚନ୍ଦ୍ର ଜେନା, ଦେବେନ୍ଦ୍ର ପାତ୍ର, ବାଉଳା ସିଂ, ଭାଗିରଥୀ ଆଚାର୍ଯ୍ୟ, ଯତୀନ୍ଦ୍ର କୁମାର ସିଂ ଏବଂ ସତ୍ୟବ୍ରତ ଦାସ କାର୍ଯ୍ୟନିର୍ବାହୀ ସଭ୍ୟ ରୂପେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚିତ କମିଟି ଆଗାମୀ ଦୁଇବର୍ଷ ପାଇଁ ସଂଘର ଦାୟିତ୍ୱ ତୁଲାଇବେ । ନିର୍ବାଚିତ କମିଟି ସଂସ୍ଥାର ସମସ୍ତ କର୍ମଚାରୀମାନଙ୍କୁ ସଂଖ୍ୟାଧିକ ଭୋଟ ଦେଇ ନିର୍ବାଚିତ କରିଥିବାରୁ ନିଜର କୃତଜ୍ଞତା ଜଣାଇଛନ୍ତି ।


