ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ କାର୍ଯ୍ୟକ୍ରମ ବୈଠକ

ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୁପ କୁମାର ସାଏଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ଟି ଉପରେ ଅଧ୍ୟକ୍ଷ ମହୋଦୟ ପୁଙ୍ଖାନୁପୁଙ୍ଖ ଭାବରେ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାକୁ ନିଗମରେ କାର୍ଯ୍ୟକାରୀ କରି ଆଗାମୀ ଭବିଷ୍ୟତରେ ନିଗମର କିପରି ଉନ୍ନତି ହେବ, ସେ ବିଷୟରେ ସୂଚନା ଦେଇଥିଲେ । ତତ୍ସହିତ କର୍ମ•ରୀ ସଂଘ ତରଫରୁ ଉପସ୍ଥାପିତ ହୋଇଥିବା କର୍ମ•ରୀମାନଙ୍କର ଅସୁବିଧାକୁ ଆଗାମୀ ଦିନରେ କିପରି ସମାଧାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦଶହରା ପୂଜା ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅଧ୍ୟକ୍ଷ ମହୋଦୟ ଘୋଷଣା କରିଥିଲେ । ଏଥିପାଇଁ ନିଗମ କର୍ମ•ରୀ ସଂଘ ତରଫରୁ ଅଧ୍ୟକ୍ଷ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ନିଗମର ପରି•ଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଗରଦିଆଙ୍କ ସହିତ ନିଗମର ଅନ୍ୟାନ୍ୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ଏବଂ କର୍ମ•ରୀ ସଂଘର ସଭାପତି ଶ୍ରୀଯୁକ୍ତ ଳନିନୀ ରଞ୍ଜନ ପତି, ସାଧାରଣ ସମ୍ପାଦକ ସୁଦର୍ଶନ ଖଟୁଆ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ପରିଡ଼ା, ସହ ସମ୍ପାଦକ ସର୍ବେଶ୍ୱର ରାଉତରାୟ, କୋଷାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ନାୟକ, କର୍ମ•ରୀ ସଂଗ୍ରାମ ସମିତିର ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାଉତରାୟ ଓ ନିଗମ ମହାସଂଘର ସଭାପତି ନଟବର ଆ•ର୍ଯ୍ୟ, ଯୁଗ୍ମ ସମ୍ପାଦକ ଧ୍ରୁବଚରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ