ଓଡ଼ିଶା ରିଟାୟାର୍ଡ଼ ଡ଼ିପ୍ଲୋମା ଇଞ୍ଜିନିୟର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସାହାଯ୍ୟ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରିଟାୟାର୍ଡ଼ ଡ଼ିପ୍ଲୋମା ଇଞ୍ଜିନିୟର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ମହାବାତ୍ୟା ‘ଫଣି’ ପ୍ରଳୟର ମୁକାବିଲା ପାଇଁ ସଂଘ ପକ୍ଷରୁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ୬୧ ହଜାର ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଛି । ଆସୋସିଏସନର ସଭାପତି ଲାୟନ ବିପିନ ବିହାରୀ ନାୟକ, ପୃଷ୍ଠପୋଷକ ଇଂ ସାରଦା ପ୍ରସାଦ ମହାନ୍ତି, ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ, ସାଧାରଣ ସମ୍ପାଦକ ଇଂ ବାମଦେବ ତ୍ରିପାଠୀ, ଅତିରିକ୍ତ ସାଧାରଣ ସମ୍ପାଦକ ଇଂ ମଳୟରାଜ ବିଶ୍ୱାଳ ପ୍ରମୁଖ ଏହି ଅର୍ଥରାଶି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।