ଓଡ଼ିଶା ଲେଖିକା ସଂସଦର ସାରସ୍ୱତ ଉତ୍ସବ ପାଳିତ
ଢେଙ୍କାନାଳ (ଜୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ସାଣ୍ଡିଲ୍ୟ ଭବନ ଠାରେ ଓଡ଼ିଶା ଲେଖିକା ସଂସଦ ଢେଙ୍କାନାଳ ଶାଖାର ଆବାହିକା ସୁକାନ୍ତି ସାହୁଙ୍କ ସଭାପତିତ୍ୱରେ ଏକ ମାସିକିଆ ସାରସ୍ୱତ ଆସର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଢେଙ୍କାନାଳ ଶାଖାର ସମସ୍ତ ସଭ୍ୟାମାନେ କବିତା, ଗଳ୍ପ ଓ ପ୍ରବନ୍ଧ ପାଠ କରିଥିଲେ । ସାହିତ୍ୟ ମାଧ୍ୟମରେ ଜୀବନୀଶୈଳି ବଦଳାଇ ହେବ ବୋଲି ଆଲୋଚନା କରିଥିଲେ । ପ୍ରାରମ୍ଭରେ ଡଃ ମାନସୀ କର ନାରୀ ଶିକ୍ଷାର ପ୍ରଗତି ଉପରେ ମତବ୍ୟକ୍ତ କରିଥିବା ବେଳେ ସଭ୍ୟା ଶିକ୍ଷୟିତ୍ରୀ ମାନସୀ କର ନାରୀ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ତତ୍ସହିତ ଗଳ୍ପ ମାଧ୍ୟମରେ ନାରୀ ପରିବାରର ମେରୁଦଣ୍ଡ ସହିତ ତୁଳନାତ୍ମକ ଟିପ୍ପଣୀ ଦେଇ ସୁଖୀ ପରିବାର ନାରୀର ଭୂମିକାକୁ ନେଇ କବିତାମୟୀ ସର ପ୍ରବନ୍ଧ ପାଠ କରିଥିଲେ । ସଭାରେ ବୈଜୟନ୍ତୀ ପଟ୍ଟନାୟକ, ବୀରାଲକ୍ଷ୍ମୀ ରଣା, ଉପମା ସାମଲ, ସଂଯୁକ୍ତା ସରଣ, ସନ୍ଧ୍ୟା ମହାନ୍ତି, ଗୌରୀ ଦେଈ, ସରିତା ପାଟସାହାଣୀ, ପ୍ରଭାତି ମହାପାତ୍ର, ଶୁଭଶ୍ରୀ ରାଉତ, ଦିପ୍ତିଶ୍ରୀ ସାହୁ, ମମତା ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । ପ୍ରତ୍ୟେକ ମାସର ତୃତୀୟ ରବିବାରରେ ସାରସ୍ୱତ ସମାରୋହ ପାଳନ କରିବା ପାଇଁ ସଭାରେ ସ୍ଥିର କରାଯାଇଥିଲା । ଶେଷରେ ଗୁରୁକୂଳ ଶିକ୍ଷା ଅନୁଷ୍ଠାନର ଶିକ୍ଷା ସଂଯୋଜିକା ଉକ୍ରଳ କନ୍ୟାରତ୍ନ ବିରାଲକ୍ଷ୍ମୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।